ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପ୍ରେମରେ ଧୋକା ପରେ ଆତ୍ମହତ୍ୟା କଲେ ଅଭିନେତ୍ରୀ, ଘରୁ ମିଳିଲା ଝୁଲନ୍ତା ମୃତଦେହ

କୋଲକାତା: ଅଭିନେତ୍ରୀଙ୍କ ଆତ୍ମହତ୍ୟା । ପ୍ରେମରେ ଧୋକା ପରେ ଆତ୍ମହତ୍ୟା କରିଛନ୍ତି ବଙ୍ଗୀୟ ଅଭିନେତ୍ରୀ । କୋଲକାତା ନାଗେର ବଜାର କଲୋନୀସ୍ଥିତ ଘରୁ ଅଭିନେତ୍ରୀ ବିଦିସା ମଜୁମଦାରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୁଲିସ ।  ମୃତଦେହ ସହ ପୁଲିସ ସେହି ଘରୁ ଏକ ସୁଇସାଇଡ ନୋଟ୍ ମଧ୍ୟ ଜବତ କରିଛି । ମାନସିକ ଚାପ ଏବଂ କର୍କଟ ରୋଗରେ ପୀଡିତ ଥିବାରୁ ଆତ୍ମହତ୍ୟା କରିଛି ବୋଲି ସୁଇସାଇଡ ନୋଟରେ ଉଲ୍ଲେଖ ରହିଛି ।

ତେବେ ମିଳିଥିବା ସୂଚନାଅନୁସାରେ ନାଗର ବଜାରରେ ୪ ମାସ ପୂର୍ବେ ଆସି ଏକ ଭଡା ଘରେ ରହୁଥିଲେ। ସେଠାରେ ସେ ଆତ୍ମହତ୍ୟା କରିଛନ୍ତି। ବୁଧବାର ସନ୍ଧ୍ୟାରେ ଘରୁ ଅଭିନେତ୍ରୀ ବିଦିସା ମଜୁମଦାରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲା ପୁଲିସ ।ଫ୍ଲାଟର କବାଟ ଭିତର ପଟରୁ ତାଲା ଭାଙ୍ଗି ପୋଲିସ ଘର ଭିତରକୁ ପଶିଥିଲା ​​ଏବଂ ପରେ ମୃତଦେହକୁ ତଳକୁ ଆଣି ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା। ତେବେ ମାନସିକ ଚାପ ଏବଂ କର୍କଟ ରୋଗରେ ଯୋଗୁ ଆତ୍ମହତ୍ୟା କରିଥିବା ନେଇ ଅଭିନେତ୍ରୀ ବିଦିସା ମଜୁମଦାର ସୁଇସାଇଡ ନୋଟରେ ଲେଖିଥିଲେ ମଧ୍ୟ ଅଭିନେତ୍ରୀଙ୍କ ଘନିଷ୍ଠ ବନ୍ଧୁ ପ୍ରେମିକ ଧୋକା କାରଣରୁ ସେ ଆତ୍ମହତ୍ୟା କରିଥିବା କଥା କହୁଛନ୍ତି।

ବିଦିସାଙ୍କ ଆତ୍ମହତ୍ୟାକୁ ନେଇ ସାଙ୍ଗମାନେ କୁହନ୍ତି ଯେ ତାଙ୍କ ପ୍ରେମିକଙ୍କ କାରଣରୁ ସେ ବହୁତ ଡିପ୍ରେସନରେ ଥିଲେ। ଅଭିନେତ୍ରୀଙ୍କ ଘନିଷ୍ଠ ବନ୍ଧୁ କହିଛନ୍ତି କି ବିଦିଶାଙ୍କ ବୟଫ୍ରେଣ୍ଡ ଅନୁଭବଙ୍କର ଆହୁରି ୩ଜଣ ଗର୍ଲଫ୍ରେଣ୍ଡ ଥିଲେ କିନ୍ତୁ ବିଦିଶା ଆଉ କାହା ସହ ତାଙ୍କୁ ସେୟାର କରିବାକୁ ଚାହୁଁ ନଥିଲେ। ସେ ଏହି କଥାକୁ ନେଇ ଚାପଗ୍ରସ୍ତରେ ଥିଲେ। ଏହା ବ୍ୟତୀତ ତାଙ୍କ ଆସୁଇସାଇଡ ନୋଟରେ ସେ କର୍କଟ ରୋଗରେ ପୀଡିତ ଥିବା କଥା ମଧ୍ୟ କହିଛନ୍ତି। କିନ୍ତୁ ସାଙ୍ଗମାନେ ତାହା ସତ ନୁହେଁ ବୋଲି କହିଛନ୍ତି।  ଏନେଇ ପୁଲିସ ବର୍ତ୍ତମାନ ଏହି ଘଟଣାର ତଦନ୍ତ କରୁଛି। ପ୍ରାଥମିକ ତଦନ୍ତରୁ । ଦୀର୍ଘଦିନ ଧରି ବିଦିସାଙ୍କୁ ଇଣ୍ଡଷ୍ଟ୍ରୀରେ କାମ ମିଳୁ ନଥିବା ବେଳେ ପ୍ରେମିକଙ୍କ ଧୋକା ଯୋଗୁ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ କରୁଛି ପୁଲିସ।

Leave A Reply

Your email address will not be published.