ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆକ୍ସନ ମୋଡରେ ଦିଦି: ପେଗାସସ୍ ଫୋନ୍ ହ୍ୟାକିଂ ମାମଲାର ଦେଲେ ତଦନ୍ତ ନିର୍ଦ୍ଦେଶ

କୋଲକାତା: ଦିଲ୍ଲୀ ଯିବା ପୂର୍ବରୁ ଆକ୍ସନ ମୋଡରେ ଦିଦି । ପେଗାସସ୍ ଫୋନ୍ ହ୍ୟାକିଂ ମାମଲାର ତଦନ୍ତ ନିର୍ଦ୍ଦେଶ ଦେଲେ ପଶ୍ଚିମବଙ୍ଗ ସରକାର । ଯାଞ୍ଚ ଆୟୋଗ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କୋଲକାତା ହାଇକୋର୍ଟର ଦୁଇ ବିଚାରପତିଙ୍କ ଅଧ୍ୟକ୍ଷତାରେ ଯାଞ୍ଚ ଆୟୋଗ ଗଠନ କରାଯିବ । ରାଜ୍ୟ ମନ୍ତ୍ରୀମଣ୍ଡଳ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି ।

ଦେଶରେ ପେଗାସସ୍‌ଙ୍କୁ ନେଇ ବିବାଦ ଜାରି ରହିଥିବା ବେଳେ ଯାଞ୍ଚ ପାଇଁ ଅରାଜି କେନ୍ଦ୍ର ସରକାର । ତେଣୁ ନିଜ ଆଡୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପଶ୍ଚିମବଙ୍ଗ ସରକାର । ପେଗାସସ୍ ଫୋନ୍ ହ୍ୟାକିଂ ତାଲିକାରେ ଟିଏମ୍‌ସି ନେତା ତଥା ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ନାମ ରହିଛି । ଯାହାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟକରିଛନ୍ତି ମମତା ବାନାର୍ଜୀ ।

Leave A Reply

Your email address will not be published.