ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବ୍ୟାନ୍ ହେଲା ହୁକ୍କା ବାର

କୋଲକାତା : ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଉଥିବା ଅଭିଯୋଗରେ ପଶ୍ଚିମବଙ୍ଗ ସରକାର କୋଲକାତାର ସମସ୍ତ ହୁକ୍କା ବାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଶୁକ୍ରବାର କୋଲକାତା ମେୟର ଫିରାଦ ହକିମ ଏହି ଘୋଷଣା କରିଛନ୍ତି। ସହରରେ ଯେଉଁମାନେ ହୁକା ବାର ଚଳାଉଛନ୍ତି କୋଲକାତା ମ୍ୟୁନିସିପାଲ କର୍ପୋରେସନ(କେଏମ୍‌ସି) ସେମାନଙ୍କର ଲାଇସେନ୍ସ ରଦ୍ଦ କରିବ ବୋଲି ହାକିମ ସୂଚନା ଘୋଷଣା କରିଛନ୍ତି।


ସେ କହିଛନ୍ତି “ ହୁକ୍କା ବାରଗୁଡ଼ିକୁ ବନ୍ଦ କରିବାକୁ ସମସ୍ତଙ୍କୁ ଅନୁରୋଧ କରିବୁ ବୋଲି ଆଜି ଆମେ ନିଷ୍ପତ୍ତି ନେଇଛୁ। ସମସ୍ତ ରେସ୍ତୋରାଁରେ ବି ଏହି ହୁକ୍କା ବାର ବନ୍ଦ ରହିବ।” ସେ ଆହୁରି ମଧ୍ୟ କହିଛନ୍ତି ଯେ ହୁକ୍କାରେ କିଛି ମାଦକ ଦ୍ରବ୍ୟ ବ୍ୟବହାର କରାଯାଉଛି। ଫଳରେ ଯୁବଗୋଷ୍ଠୀଙ୍କୁ ହୁକ୍କାର ଅଭ୍ୟାସ ଲାଗିଯାଉଛି। ଏଥିରେ ଯେଉଁ କ୍ୟାମେକଲ ବ୍ୟବହାର ହେଉଛି ତାହା ଶରୀରକୁ କ୍ଷତି ପହଞ୍ଚାଉଛି। ତେଣୁ ଏହାକୁ ଆମେ ବନ୍ଦ କରିବାକୁ ନିଷ୍ପତ୍ତି ନେଲୁ ବୋଲି ହାକିମ କହିଛନ୍ତି। ସହରରେ ଯେଉଁ ରେସ୍ତୋରାଁ ଗୁଡ଼ିକୁ ହୁକ୍କା ବାର ଚଳାଉଥିବେ ସେଗୁଡିକର ଲାଇସେନ୍ସ ରଦ୍ଦ ହେବ ବୋଲି କଏମ୍‌ସି ଚେତାବନୀ ଦେଇଥିବା ହାକିମ କହିଛନ୍ତି।

Leave A Reply

Your email address will not be published.