ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସାନ ଭାଇ ଆଶିମ ବାନାର୍ଜୀଙ୍କ କରୋନାରେ ମୃତ୍ୟୁ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସାନ ଭାଇ ଆଶିମ ବାନାର୍ଜୀଙ୍କ ପରଲୋକ । ସେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଆଜି ତାଙ୍କର ମୃତ୍ୟୁ  ଘଟିଛି।

ସୂଚନା ଅନୁଯାୟୀ, କଲିକତାର ଏକ ଡାକ୍ତରଖାନାରେ ଆଶିମ ବାନାର୍ଜୀଙ୍କ ଚିକିତ୍ସା ଚାଲିଥିଲା । ଡାକ୍ତରଖାନାର ଚେୟାରମ୍ୟାନ ଡ. ଆଲୋକ ରାୟ ଙ୍କ ତତ୍ତ୍ୱାବଧାନରେ ସେ ଚିକିତ୍ସିତ ହେଉଥିଲେ ।

ଅନ୍ୟପଟେ ପଶ୍ଚିମବଙ୍ଗରେ ଦିନକରେ ସର୍ବାଧିକ ୨୦ ହଜାର ୮୪୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ପଶ୍ଚିମବଙ୍ଗରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୯୪ ହଜାର ୮୦୨ରେ ପହଞ୍ଚିଛି।

Leave A Reply

Your email address will not be published.