ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜାଣନ୍ତୁ ତରଭୁଜର ଉପକାରିତା ଓ ଏହାକୁ ଖାଇବାର ଉପଯୁକ୍ତ ସମୟ

ଗ୍ରୀଷ୍ମ ଋତୁ ଆସି ସାରିଛି । ଏପରି ପରିସ୍ଥିତିରେ ଶରୀରକୁ ଥଣ୍ଡା ଓ ସତେଜ ରଖିବା ପାଇଁ ସର୍ବୋତ୍ତମ ବିକଳ୍ପ ହେଉଛି ତରଭୁଜ ଖାଇବା । କିନ୍ତୁ ଯଦି ଆପଣ ଭାବୁଥିବେ ଯେ ତରଭୁଜ କେବଳ ଉତ୍ତାପରୁ ଆରାମ ଦେଇଥାଏ ଓ ଏହାକୁ ଯକୌଣସି ସମୟରେ ଖାଇବା ଉଚିତ୍ । କିନ୍ତୁ ଏହା ସତ୍ୟ ନୁହେଁ । ଗରମରୁ ମୁକ୍ତି ଯୋଗାଇବା ବ୍ୟତୀତ ଏହା ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅନେକ ଉପାୟରେ ଲାଭଦାୟକ । ତରଭୁଜରେ ଅନେକ ପୋଷକ ତତ୍ତ୍ୱ ରହିଥାଏ ଯେପରିକି ପୋଟାସିୟମ୍, ରାଇବୋଫ୍ଲାଭିନ, ଆଇରନ୍, କ୍ୟାଲସିୟମ୍, ଜିଙ୍କ, ଫାଇବର, ନିୟାସିନ୍, ଆଇରନ୍, ଭିଟାମିନ୍-ଏ, ସି, ବି ଓ ଲାଇକୋପିନ୍ । ଯାହା ଆମ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବା ପାଇଁ କାର୍ଯ୍ୟ କରିଥାଏ ।

ହାର୍ଟ ପାଇଁ ଲାଭଦାୟକ

ତରଭୁଜ ଖାଇବା କିମ୍ବା ଏହାର ରସ ପିଇବା ଦ୍ୱାରା ଶରୀରରେ ଖରାପ କୋଲେଷ୍ଟ୍ରଲ ସୃଷ୍ଟି ହୋଇ ନ ତାହେ । ଯାହା ହାର୍ଟ ସମସ୍ୟା ପାଇଁ ସବୁଠାରୁ ବଡ କାରଣ ହୋଇଯାଏ । ଏଥିରେ ମିଳୁଥିବା ସାଇଟ୍ରାଲାଇନ୍ ନାମକ ଏକ ପଦାର୍ଥ ହୃଦୟର ଆଥେରୋସ୍କ୍ଲେରୋସିସ୍ ସମସ୍ୟାରୁ ମୁକ୍ତି ଦେଇଥାଏ ।

ହଜମ ପ୍ରକ୍ରିୟାକୁ ବଜାୟ ରଖେ

ତରଭୁଜରେ ବହୁତ ଫାଇବର ଓ ପାଣି ଥାଏ । ଏହି ଦୁଇଟି ଜିନିଷ ହଜମ ପ୍ରକ୍ରିୟାକୁ ଠିକ୍ ରଖିବାରେ ସହାୟକ ହୋଇଥାଏ । ଏହା ସହିତ ହଜମ ପ୍ରକ୍ରିୟା ସଠିକ୍ ଭାବରେ କାମ କରେ ଓ ଏହା କୋଷ୍ଠକାଠିନ୍ୟ, ଝଡ ଓ ଗ୍ୟାସ୍ ଭଳି ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ ।

ଓଜନ ହ୍ରାସ କରିବାରେ ସାହାଯ୍ୟକାରୀ

ତରଭୁଜ ଖାଇବା ମଧ୍ୟ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏଥିରେ କମ୍ କ୍ୟାଲୋରୀ ଓ ଉଚ୍ଚ ଫାଇବର ଥାଏ । ଏହା ପେଟକୁ ଶୀଘ୍ର ଭରିଦିଏ ଯାହା ଦ୍ୱାରା ଜଣେ ଅନ୍ୟ କିଛି ଖାଇବା ଭଳି ଅନୁଭବ କରେ ନାହିଁ । ଏଥିରେ ପ୍ରଚୁର ଜଳ ମଧ୍ୟ ରହିଛି, ଯାହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିଥାଏ ଓ ଶରୀରକୁ ଡିହାଇଡ୍ରେଟ୍ ହେବାକୁ ଦେଇନଥାଏ ।

ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରାଏ

ତରଭୁଜ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୁଏ । ଏଥିରେ ଥିବା ଭିଟାମିନ୍ ସି ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ । ଏଥିସହ ଏଥିରେ ଥିବା ଫାଇବର ଅନ୍ତନଳୀକୁ ଅକ୍ଷୁର୍ଣ୍ଣ ରଖେ ଓ ଭିଟାମିନ୍ ଏ ପ୍ରତିରକ୍ଷା ପ୍ରଣାଳୀକୁ ସଂକ୍ରମଣରୁ ରକ୍ଷା କରିଥାଏ ।

ମାଂସପେଶୀ ଯନ୍ତ୍ରଣାରୁ ମୁକ୍ତି

ଆପଣ ତରଭୁଜ ଖାଇ ମଧ୍ୟ ମାଂସପେଶୀ ଯନ୍ତ୍ରଣାରୁ ମୁକ୍ତି ପାଇ ପାରିବେ । ଏଥିରେ ଥିବା ଇଲେକ୍ଟ୍ରୋଲାଇଟ୍ ଓ ଆମିନୋ ଏସିଡ୍ ସାଇଟ୍ରାଲାଇନ୍ ମାଂସପେଶୀ ଯନ୍ତ୍ରଣାକୁ ଦୂର କରିବାରେ ସାହାଯ୍ୟ କରିଥାଏ ।

ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟକାରୀ
ତରଭୁଜ ଖାଇବା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ । ଏଥିରେ ଥିବା ଆମିନୋ ଏସିଡ୍ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଏଥିରେ ପୋଟାସିୟମ ମଧ୍ୟ ଥାଏ ଯାହା ବ୍ୟାୟାମ ସମୟରେ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ ।

ତରଭୁଜ ଖାଇବା ପାଇଁ ଉପଯୁକ୍ତ ସମୟ

ରାତିରେ ତରଭୁଜ କେବେବି ଖାଇବା ଉଚିତ୍ ନୁହେଁ । ବାସ୍ତବରେ ଏହାକୁ ଦିନର ଯେକୌଣସି ସମୟରେ ଖାଇ ପାରିବେ । କିନ୍ତୁ ଏହାର ବ୍ୟବହାର ପାଇଁ ଉପଯୁକ୍ତ ସମୟ ଅପରାହ୍ନରେ । ବିଶେଷ କଥା ହେଉଛି ଏହାକୁ ଖାଇବା ପରେ ପାଣି, କ୍ଷୀର, ଲସି ଓ ଥଣ୍ଡା ପାନୀୟ ଭଳି ଜିନିଷ ଖାଇବା ଉଚିତ୍ ନୁହେଁ ।

Leave A Reply

Your email address will not be published.