ଜାଣନ୍ତୁ ଡାଳିମ୍ବ ଚୋପାର ଲାଭଦାୟକ ଗୁଣ

ଡାଳିମ୍ବ ବା ବେଦନା ଖାଇବା ଦ୍ବାରା ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦୂର ହୋଇଥାଏ । ରକ୍ତର ଅଭାବ ଥିଲେ ଡାଳିମ୍ବ ଖାଇବା ପାଇଁ ପରାମର୍ଶ ମିଳିଥାଏ । ଆୟୁର୍ବେଦରେ ଡାଳିମ୍ବର ବହୁଳ ବ୍ୟବହାର ଅଛି। କେବଳ ଡାଳିମ୍ବ ନୁହେଁ, ଡାଳିମ୍ବର ଚୋପା ମଧ୍ୟ ଶରୀର ପାଇଁ ହିତକର।
- ଡାଳିମ୍ବ ଚୋପାକୁ ଶୁଖାଇ ଗୁଣ୍ଡ କରି ଏହାକୁ କ୍ଷୀର କିମ୍ବା ଗୋଲାପ ଜଳରେ ମିଶାଇ ଫେସ୍ପ୍ୟାକ୍ ଭଳି ଲଗାଇବା ଦ୍ୱାରା ତ୍ବଚାଜନିତ ସମସ୍ୟା ଦୂର ହୁଏ।
ଏଥିସହିତ ପଢ଼ନ୍ତୁ
- ମୁଖ ଦୁର୍ଗନ୍ଧ ଓ ମାଢ଼ି ସମସ୍ୟା ଦୂର କରିବା ପାଇଁ ଡାଳିମ୍ବ ଚୋପାର ୨ ଚାମଚ ପାଉଡରକୁ ୧ ଗ୍ଲାସ୍ ପାଣିରେ ପକାଇ କୁଳି କରନ୍ତୁ ।
- ଡାଳିମ୍ବ ଚୋପାର ଗୁଣ୍ଡକୁ ଗୋଟିଏ ଗ୍ଲାସ୍ ପାଣିରେ ମିଶାଇ ପିଇବା ଦ୍ବାରା ହୃଦ୍ରୋଗ ଦୂର ହୋଇଥାଏ |
- ରୁପି ଓ କେଶ ଝଡ଼ିବା ସମସ୍ୟା ଦୂର କରିବା ପାଇଁ ଡାଳିମ୍ବ ଚୋପାକୁ ତେଲରେ ମିଶାଇ କେଶ ମୂଳରେ ଲଗାନ୍ତୁ ଏବଂ ୨ ଘଣ୍ଟା ପରେ ଧୋଇଦିଅନ୍ତୁ ।
- ଡାଳିମ୍ବ ଚୋପା ଦ୍ବାରା ହଜମ ସମସ୍ୟା ଦୂର ହୋଇଥାଏ । ଭୋକ ବଢ଼ିଥାଏ।
- ଆଣ୍ଟିଅକ୍ସିଡେଣ୍ଟରେ ଭରପୂର ଡାଳିମ୍ବ ଚୋପା କୋଲେଷ୍ଟ୍ରଲ୍ ଦୂର କରିବା ସହିତ ଡିପ୍ରେସନ୍ କମ୍ କରିବା କ୍ଷେତ୍ରରେ ସହାୟକ ହୋଇଥାଏ ।