ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସ୍ବାସ୍ଥ୍ୟ ଉପଯୋଗୀ ଆମ୍ବ ପତ୍ର, ବହୁ ସମସ୍ୟାରୁ ଦେଇଥାଏ ମୁକ୍ତି

ଆମ୍ବପତ୍ରରେ ଭରପୂର ମାତ୍ରାରେ ଆଣ୍ଟି ଅକ୍ସିଡେଣ୍ଟ୍‌, ମେଗିଫେରିନ୍‌, ଏନ୍‌ଥୋ ସାୟାନିଡିନ୍‌, ଗୋଲିନ୍‌ ଏସିଡ୍‌, ପଲିଫିନାଲ୍ସ, ଭିଟାମିନ୍‌ ଏ, ବି ଓ ସି ପ୍ରଚୁର ମାତ୍ରାରେ ଥିବାରୁ ଅନେକ ରୋଗର ଉପଶମ ପାଇଁ ଏହାକୁ ବ୍ୟବହାର କରାଯାଏ। ଏହି ପତ୍ର ସ୍ବାସ୍ଥ୍ୟଲାଭ କ୍ଷେତ୍ରରେ ବହୁତ ସହାୟକ। ଯଥା –

  • ପୋଡ଼ିଯାଇଥିବା ବା ଘା’ର ଉପଶମ ପାଇଁ ଆମ୍ବପତ୍ର ବହୁତ ଉପକାରୀ।
  • ଆମ୍ୱପତ୍ରକୁ ପାଣିରେ ପକାଇ ସ୍ନାନ କଲେ ଉଚ୍ଚ ରକ୍ତଚାପରୁ ମୁକ୍ତି ମିଳିଥାଏ।
  • କିଡ୍‌ନୀ ଷ୍ଟୋନର ଚିକିତ୍ସା ପାଇଁ ଆମ୍ୱପତ୍ରକୁ ଗୁଣ୍ଡକରି ପ୍ରତିଦିନ ସେବନ କରିବା ଉଚିତ।
  • ହାକୁଟି ସମସ୍ୟାକୁ ଆମ୍ୱପତ୍ର ଦ୍ବାରା ଦୂର କରାଯାଇପାରିବ। ଆମ୍ୱପତ୍ରକୁ ପାଣିରେ ଫୁଟାଇ କୁଳି କଲେ ହାକୁଟି ସମସ୍ୟା ଦୂର ହୁଏ।
  • ଆମ୍ୱପତ୍ରର କାଢ଼ା ପିଇବା ଦ୍ବାରା ଶ୍ବାସ ସମ୍ପର୍କିତ ସମସ୍ୟା ଦୂର ହୋଇଥାଏ।
  • ଆମ୍ୱପତ୍ରକୁ ଶୁଖାଇ ତାହାର ଗୁଣ୍ଡକୁ ପ୍ରତିଦିନ ସେବନ କରିବା ଦ୍ବାରା ରକ୍ତ ସର୍କରା ନିୟନ୍ତ୍ରଣରେ ରହେ।
  • ସତେଜ ଆମ୍ବପତ୍ରକୁ ପ୍ରତିଦିନ ସକାଳେ ଖାଲି ପେଟରେ ଖାଇଲେ ଟ୍ୟୁମର ଭଳି ରୋଗରୁ ମୁକ୍ତି ମିଳିପାରିବ।
  • ଏହାଛଡ଼ା ଆମ୍ୱପତ୍ରରେ ଆଣ୍ଟିବ୍ୟାକ୍ଟେରିଆଲ୍‌ ଗୁଣ ଥାଏ, ଯାହାକି ସଂକ୍ରମଣରୁ ସୁରକ୍ଷା ଦିଏ।
  • ଆୟୁର୍ବେଦରେ ଆମ୍ବପତ୍ରକୁ ବ୍ୟବହାର କରି ଅନେକ କ୍ରିମ୍‌ ପ୍ରସ୍ତୁତ ହୁଏ, ଯାହାକି ବୟସର ଛାପ ଦୂର କରେ।
Leave A Reply

Your email address will not be published.