ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମେଥି ଶାଗର ଉପକାରୀ ଗୁଣ, ଦୂରେଇ ଯିବ ଅନେକ ପ୍ରକାରର ରୋଗ

ପ୍ରତ୍ୟେକ ପରିବାରର ରୋଷେଇ ଘରେ ମେଥି ନିଶ୍ଚୟ ରହିଥାଏ। କେବଳ ରୋଷଇ ଘରେ କାହିଁକି, ଠାକୁର ଘରେ ବି ରହିଥାଏ। ଏହାର ପ୍ରୟୋଗରେ ମୁଣ୍ଡବିନ୍ଧା, କୋଲେଷ୍ଟ୍ରଲ୍‌, ଉଚ୍ଚ ରକ୍ତଚାପ, ମଧୁମେହ ଆଦି ରୋଗର ନିରାକରଣ ହୋଇଥାଏ। ଆପଣ ଯଦି ସବୁବେଳେ ମେଥି ପ୍ରୟୋଗ କରିପାରୁନାହାନ୍ତି ତେବେ ମେଥି ଶାଗ ଖାଇବା ଦ୍ୱାରା ମଧ୍ୟ ଏସବୁ ସମସ୍ୟାକୁ ଦୂରେଇ ଦେଇ ପାରିବେ।

ବିଶେଷ କରି ଏହି ଶାଗ ପେଟ ସମ୍ବନ୍ଧିତ ସମସ୍ୟାକୁ ଦୂର କରିଥାଏ। ଗ୍ୟାସ୍‌ଷ୍ଟ୍ରିକ୍‌ରୁ ନେଇ ପେଟ ସମ୍ବନ୍ଧିତ ଯେତେ ସବୁ ଯନ୍ତ୍ରଣାକୁ ମେଥି ଶାଗ ଖାଇ ଦୂରେଇ ଦେଇ ହୁଏ।

ଏହା କୋଲେଷ୍ଟ୍ରଲ ସ୍ତରକୁ ମଧ୍ୟ ନିୟନ୍ତ୍ରଣରେ ରଖେ। ତେଣୁ, ଆପଣ ଦୈନନ୍ଦିନ ଖାଦ୍ୟରେ ମେଥି ଶାଗକୁ ସାମିଲ୍‌ କରାଇପାରନ୍ତି। ଏହାକୁ ଖାଇବା ଦ୍ବାରା କେବଳ ଗ୍ୟାସ୍‌ଷ୍ଟ୍ରିକ୍‌ କି କୋଲେଷ୍ଟ୍ରଲ୍‌ ନୁହେଁ ଆହୁରି ଅନେକ ସମସ୍ୟାକୁ ଦୂରେଇ ଦେଇ ହବ।

ମେଥି ଶାଗ ରକ୍ତରେ ଶର୍କରା ଭାଗକୁ ବି ନିୟନ୍ତ୍ରଣରେ ରଖି ଥାଏ। ଏହା ଏକ ଆଣ୍ଟି-ବାୟୋଟିକ୍‌ ଉପାଦାନ ପରି କାମ କରିଥାଏ। ଏହି ଶାଗ ବିଶେଷ କରି ଟାଇପ୍‌-୨ ମଧୁମେହ ରୋଗୀଙ୍କ ପାଇଁ ଔଷଧ ପରି କାମ କରେ। ସେମାନେ ଏହାକୁ ନିୟମିତ ଖାଇବା ଉଚିତ।

ରକ୍ତ ଚାପକୁ ନିୟନ୍ତ୍ରଣରେ ରଖିବା ପାଇଁ ମଧ୍ୟ ମେଥି ଶାଗ ଖୁବ୍‌ ଭଲ। ଏହା ବ୍ୟତୀତ ତ୍ୱଚା, କେଶ, ଅଣ୍ଟା ବିନ୍ଧା ଆଦି ପାଇଁ ମେଥି ଶାଗ ଖାଇବା ନିତାନ୍ତ ଜରୁରୀ।

ଆପଣ ମେଥି ଶାଗରେ ପରଟା ବି କରି ଖାଇପାରନ୍ତି। ଏହି ପରଟା ଖାଇବାକୁ ଯେତେ ସୁଆଦ ଲାଗେ ଦେହ ପାଇଁ ଆହୁରି ବେଶି ଭଲ।

Leave A Reply

Your email address will not be published.