ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଲାଭପ୍ରଦ ଗରମ ପାଣି

ଆମ ଶରୀରର ୭୦ ପ୍ରତିଶତ ହେଉଛି ଜଳ। ପାଣି ବିନା ଜୀବନ ଅସମ୍ଭବ । ତେବେ ସାଦା ପାଣି ଅପେକ୍ଷା ଗରମ ପାଣି ପିଇବା ଦ୍ବାରା ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦୂର ହୋଇଥାଏ।

-ମୋଟାପଣ ଦୂର କରିବା ପାଇଁ ପ୍ରତିଦିନ ସକାଳେ ଉଠିବା ପରେ ଚାହା ବଦଳରେ ଗୋଟିଏ ଗ୍ଲାସ୍‌ ଗରମ ପାଣି ପିଅନ୍ତୁ । ଏହା ଚର୍ବି ହ୍ରାସ କରେ ଏବଂ ମୋଟାପଣ ଦୂର ହୁଏ ।

-ସହଜରେ ଖାଦ୍ୟ ହଜମ ହେବା ପାଇଁ ଗରମ ପାଣି ସବୁଠାରୁ ଭଲ ବିକଳ୍ପ। ରାତିରେ ଖାଇବା ପରେ ଉଷୁମ ପାଣି ପିଅନ୍ତୁ ।

-ଗରମ ପାଣି ପିଇବା ଦ୍ବାରା ରକ୍ତ ପରିଷ୍କାର ରହେ ଏବଂ ଶରୀରରେ ଥିବା ବିଷାକ୍ତ ପଦାର୍ଥ ଝାଳ ମାଧ୍ୟମରେ ବାହାରିଯାଏ ।

-ରକ୍ତ ସଞ୍ଚାଳନ ଠିକ୍ ହୁଏ ଏବଂ ସ୍ନାୟୁତନ୍ତ୍ର ମଜବୁତ ରହେ ।

– ଗରମ ପାଣି ପିଇବା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ସକାଳୁ ଉଷୁମ ପାଣିରେ ଲେମ୍ବୁ ପକାଇ ପିଇବା ଆହୁରି ସ୍ବାସ୍ଥ୍ୟପ୍ରଦ।

– କୋଷ୍ଠକାଠିନ୍ୟ ଦୂର କରିବା ଅଇଁ ଗରମ ପାଣି ଏକ ଔଷଧ ଭଳି କାମ କରିଥାଏ।

– ଛାତିରେ ଯନ୍ତ୍ରଣା ଓ ଗଳା ସଂକ୍ରମଣ ଦୂର କରିବା ପାଇଁ ଗରମ ପାଣି ବେଶ୍ ଲାଭଦାୟକ।

– ଋତୁସ୍ରାବ ସମୟରେ ଉଷୁମ ପାଣିରେ ଜିରା ଗୁଣ୍ଡ ପକାଇ ପିଇବା ଦ୍ବାରା ପେଟ ଯନ୍ତ୍ରଣା, ମୁଣ୍ଡବିନ୍ଧା ଓ ବାନ୍ତି ଦୂର ହୁଏ ।

– ଗରମ ପାଣି ଅମ୍ଳ ଦୋଷ ମଧ୍ୟ ଦୂର କରେ |

– ଗରମ ପାଣି ରକ୍ତ ସଞ୍ଚାଳନକୁ ଠିକ୍ କରେ ଏବଂ ରକ୍ତ ସଞ୍ଚାଳନ ଠିକ୍ ହେଲେ ତ୍ବଚା ଉପରେ ପଡ଼ିଥାଏ । ତେଣୁ ଗରମ ପାଣି ଦ୍ବାରା ଅନେକ ପ୍ରକାର ତ୍ବଚା ସମସ୍ୟା ଦୂର ହୋଇଥାଏ। ଏହାର ସୁପ୍ରଭାବର ପଡିଥାଏ । ତେଣୁ ଗରମ ପାଣି ଦ୍ବାରା ଅନେକ ପ୍ରକାର ତ୍ବଚା ସମସ୍ଯା ଦୂର ହୋଇଥାଏ ।

Leave A Reply

Your email address will not be published.