ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସାବିତ୍ରୀ ପୂର୍ବରୁ ଆକାଶଛୁଆଁ ଫଳଦର, ବଜାର ଯିବାକୁ ଡରୁଛନ୍ତି ସତ୍ୟବାନ

ଭୁବନେଶ୍ୱର : ଆଉ ଦିନ କେଇଟା ପରେ ସାବିତ୍ରୀ । ସ୍ବାମୀର ଦୀର୍ଘାୟୁ କାମନା କରି ବ୍ରତ ରଖିବେ ମହିଳା। ଓଡ଼ିଆ ପରମ୍ପରାର ଏହି ପର୍ବ ପାଇଁ ବଜାରରେ ଏବେଠାରୁ ଭିଡ଼ ଆରମ୍ଭ ହୋଇଗଲାଣି । ଏଥିପାଇଁ ଏବେଠାରୁ ଫଳଦର ବଢ଼ିବାରେ ଲାଗିଲାଣି। କିଣିବା ତ ଦୂରର କଥା ହାତ ମାରିବାକୁ ଲୋକେ ଭୟ କରୁଛନ୍ତି।

ସାବିତ୍ରୀ ପାଇଁ ରାଜଧାନୀର ଫଳ ବଜାରରେ ମହଙ୍ଗା ମାଡ଼। ଏବେ ଫଳଦର କିଛିମାତ୍ରାରେ ବୃଦ୍ଧି ପାଇଥିବାବେଳେ ସାବିତ୍ରୀ ବ୍ରତର ୨-୩ଦିନ ଆଗରୁ ଦର ଆକାଶଛୁଆଁ ହୋଇପାରେ। ବର୍ତ୍ତମାନ ବଜାରରେ ଆମ୍ବ ୧ଶହ-୧୫୦ଟଙ୍କା, ଲିଚୁ କେଜି ୧୨୦ ରୁ ୧୫୦ଟଙ୍କା, ସପୁରୀ ୪୦ଟଙ୍କା, ସେଓ ୧୫୦-୨୦୦ଟଙ୍କା ରହିଛି। ସେହିପରି ଡାଳିମ୍ବ କେଜି ପ୍ରତି ୧୫୦-୨ଶହ ଟଙ୍କା, ଅଙ୍ଗୁର କେଜି ଶହେ ଓ ନଡ଼ିଆ ୩୦-୩୫ଟଙ୍କା ପର୍ଯ୍ୟନ୍ତ ରହିଛି। ଏହି ଦର ଗତ କିଛିଦିନ ହେବ ଚାଲିଥିବାବେଳେ ଠିକ୍ ସାବିତ୍ରୀର ୨ଦିନ ପୂର୍ବରୁ ସବୁ ଫଳ ଦରରେ ୨୦-୩୦ଟଙ୍କା ବୃଦ୍ଧି ହୋଇହୋଇ ପାରେ ବୋଲି ଫଳ ଦୋକାନୀ ରଘୁନାଥ ବେହେରା କହିଛନ୍ତି।

୨ବର୍ଷ ହେବ ମହାମାରୀ କରୋନା ଯୋଗୁଁ ଉଚ୍ଚଦରରେ ଫଳ ବିକ୍ରି ହେଉଥିଲା । ମାତ୍ର ଏବର୍ଷ ପରିବହନ ବାବଦରେ ଅଧିକ ଖର୍ଚ୍ଚ ପଡୁ ଥିବାରୁ ଫଳଦର ଆହୁରି ବଢ଼ିବାର ଆଶଙ୍କା ରହିଛି। ଦିଲ୍ଲୀ ଓ କାଶ୍ମୀରରୁ ସେଓ ଆସୁଥିବାବେଳେ ଆନ୍ଧ୍ରରୁ ଆମ୍ବ, କୋଲକାତା ଓ ବିହାରରୁ ଲିଚୁ ଆସୁଥିବାରୁ ତେଲ ଦରକୁ ଦେଖ୍ ସାବିତ୍ରୀ ସମୟରେ ଫଳ ଦର ଆହୁରି ବୃଦ୍ଧି ପାଇବ। ସେପଟେ ଦର ଯେତେ ବଢ଼ିଲେ ବି ପୂଜା ପାଇଁ ଫଳ ନିହାତି ଆବଶ୍ୟକ, ତେଣୁ ବେଶୀ ନ ହେଲେ ବି ଅଳ୍ପ କିଣୁଛନ୍ତି ଗ୍ରାହକ । ବଜାରରେ ଫଳ ଦର ଅଧିକ ଥିବାରୁ ବେପାର ମାନ୍ଦା ହୋଇଛି। ଓଡ଼ିଶାର ଦୂର ସ୍ଥାନରୁ ଆମଦାନୀ ହେଉଥିବାରୁ ପରିବହନ ଖର୍ଚ୍ଚକୁ ମିଶାଇ ଫଳ ଦର ଏଭଳିଭାବେ ବୃଦ୍ଧି ପାଇଛି। ଗ୍ରାହକଙ୍କ ଚାହିଦାକୁ ଦେଖ୍ ଫଳ ଦାମ ଆହୁରୀ ବଢ଼ିପାରେ ବୋଲି ଫଳ ବ୍ୟବସାୟୀ କହିଛନ୍ତି | ଆଗକୁ ଖଜୁରୀ ଓ ପଣସ ମାର୍କେଟକୁ ଆସିବ ବୋଲି ବ୍ୟବସାୟୀ କହିଛନ୍ତି।

Leave A Reply

Your email address will not be published.