ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆତଙ୍କ ଖେଳାଇଛନ୍ତି ମହୁମାଛି : ଆକ୍ରମଣ ରେ ୧୦ ରୁ ଉର୍ଦ୍ଧ୍ବ ଆହତ

ତୁରୁମୁଙ୍ଗା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ତୁରୁମୁଙ୍ଗା ପଞ୍ଚାୟତ କଇଣ୍ଡା ଗ୍ରାମରେ ମହୁମାଛି ଆତଙ୍କ , ମହୁମାଛି ଆକ୍ରମଣ ରେ ୧୦ ରୁ ଉର୍ଦ୍ଧ୍ବ ଆହତ ହୋଇଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ସମସ୍ତ ଙ୍କ ସ୍ୱାସ୍ଥ୍ୟଅବସ୍ଥା ସ୍ଥିର ରହିଛି।ସୂଚନା ଅନୁସାରେ ତୁରୁମୁଙ୍ଗା ରାଜନଗର ରାସ୍ତା ରେ କଇଣ୍ଡା ଗ୍ରାମର ରାସ୍ତା କଡ଼ ରେ ଥିବା ଏକ ବିରାଟ ଅଶ୍ୱତ୍ଥ ଗଛ ରେ ୨୦ ରୁ ଉର୍ଦ୍ଧ୍ବ ମହୁଫେଣା ରହିଛି। ମହୁଫେଣା କୁ ଚଢେଇ ଯିବାରୁ ମହୁମାଛି ଭୟ ରେ ଲୋକ ଙ୍କୁ ଆକ୍ରମଣ କରୁଛନ୍ତି ଉକ୍ତ ରାସ୍ତା ଦେଇ ଯାଉଥିବା ଲୋକେ ମହୁମାଛି ଆକ୍ରମଣ ରେ ଶିକାର ହୋଇଛନ୍ତି। ଗାଁ ରେ ମହୁମାଛି ଆତଙ୍କ ଖେଳାଇଥିବା ରୁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି।

Leave A Reply

Your email address will not be published.