ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମହୁମାଛି ଆକ୍ରମଣରେ ଅଙ୍ଗନୱାଡ଼ି ଦିଦି ଓ ରୋଷେୟା ସମେତ ୧୦ ଶିଶୁ ଗୁରୁତର

ବୌଦ୍ଧ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଦପଳା ପଞ୍ଚାୟତ ବଉଲସିଙ୍ଗା ଅଙ୍ଗନୱାଡ଼ି କେନ୍ଦ୍ରରେ ଅଭାବନୀୟ ଘଟଣା ଘଟିଛି। ଅଙ୍ଗନୱାଡ଼ି କେନ୍ଦ୍ରରେ ମହୁମାଛି ଆକ୍ରମ କରିଛି। ଏହି ଆକ୍ରାମଣରେ  ଅଙ୍ଗନୱାଡ଼ି ଦିଦି ଓ ରୋଷେୟା ସମେତ ୧୦ ଜଣ ଶିଶୁ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯଇ ସୋନପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

ସୂଚନା ଅନୁଯାୟୀ, ଉକ୍ତ ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରରେ ଥିବା ବରଗଛରେ ଶତାଧିକ ମହୁମାଛି ବସା କରିଥିବାବେଳେ ଆଜି ପିଲାଙ୍କ ପାଇଁ ବିପଦର କାରଣ ହୋଇଛି । କୌଣସି କାରଣ ବଶତଃ ମହୁମାଛିମାନେ ଅତର୍କିତ ଭାବେ ଅଙ୍ଗନବାଡି ଓ ପ୍ରାଥମିକ ବିଦ୍ୟାଳୟର ୧୦ ଜଣ ଛାତ୍ରଛାତ୍ରୀଙ୍କୁ ଆକ୍ରମଣ କରିଥିବା ବେଳେ ଜଣେ ଅଙ୍ଗନୱାଡ଼ି ଦିଦି ଓ ଜଣେ ରୋଷେୟାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ମହୁମାଛି ଆକ୍ରମଣରେ ଆହତ ହୋଇଥିବା ସମସ୍ତଙ୍କୁ ସୋନପୁର ମୁଖ୍ୟଚିକିତ୍ସାଳୟ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.