ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସାବଧାନ! ଗାଁ ଦାଣ୍ଡରେ ବୁଲୁଛି ଜଙ୍ଗଲୀ ଭାଲୁ, ଭୟଭୀତ ଗ୍ରାମବାସୀ

ନୂଆପଡ଼ା: ଗାଁ ଦାଣ୍ଡରେ ବୁଲୁଛି ଜଙ୍ଗଲୀ ଭାଲୁ । ଆଜି ସକାଳୁ ଏକ ଭାଲୁ ଖାଦ୍ୟ ଅନ୍ଵେଷଣରେ ଆସି ଗାଁରେ ରହିଯାଇଛି। ଭାଲୁଟିକୁ ଦେଖି ଗାଁର ଲୋକମାନେ ଭୟଭୀତ ହୋଇପଡ଼ିଛନ୍ତି। ନୂଆପଡ଼ା ସଦର ବ୍ଳକ ଗୋଡଫୁଲା ଗାଁ ଦାଣ୍ଡରେ ବୁଲୁଛି ଏହି ଭାଲୁ।

ଶୁକ୍ରବାର ଭୋର ସକାଳୁ ସାଲିହା ଜଙ୍ଗଲରୁ ଏକ ଭାଲୁ ଖାଦ୍ୟ ଅନ୍ଵେଷଣରେ ଗୋଡଫୁଲା ଗାଁକୁ ଚାଲି ଆସିଥିଲା । ଭାଲୁଟିକୁ ଦେଖି ଗାଁ ଲୋକମାନେ ରୁଣ୍ଡ ହେବାରୁ ଭାଲୁଟି ଗାଁ ଦାଣ୍ଡରେ ଅଟକି ରହିଯାଇଛି। ତେବେ ଗ୍ରାମବାସୀମାନେ ଭାଲୁକୁ ନଡ଼ିଆ, କଦଳୀ ଖାଇବାକୁ ଦେଉଛନ୍ତି। ଯୁବକଙ୍କ ହାତରୁ ଭୋକିଲା ଭାଲୁ ଖାଦ୍ୟ ଗ୍ରହଣ କରୁଥିବା ଦେଖିବାକୁ ମିଳିଛି।

Leave A Reply

Your email address will not be published.