ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିୟୁଟି ସିକ୍ରେଟ – ପୋଦିନା

ପୋଦିନାର ବହୁମୁଖୀ ବ୍ୟବହାର ରହିଛି। ତେବେ ଏହାକୁ କସ୍‌ମେଟିକ୍ ତିଆରିରେ ବ୍ୟବହର କରାଯାଉଛି। ପୋଦିନାକୁ ବ୍ୟବହାର କରିବା ଦ୍ବାରା କେଶ ଓ ତ୍ବଚା ସୁସ୍ଥ ରହେ।

ପୋଦିନା ପତ୍ର ପ୍ୟାକ୍‌ରେ ବ୍ରଣ ଦୂର ହୁଏ। ପୋଦିନା ପତ୍ର ପେଷ୍ଟକୁ ବ୍ରଣ ଉପରେ ୧୫ ମିନିଟ୍ ଲଗାଇ ରଖନ୍ତୁ। ଶୁଖାଯିବା ପରେ ଥଣ୍ଡା ପାଣିରେ ମୁହଁ ଧୁଅନ୍ତୁ। ଏହା ଦ୍ବାରା ବ୍ରଣ ଓ ଏହାର ଦାଗ ଭଲ ହୁଏ।

ରିଙ୍କଲ୍ସ ତଥା ଫାଇନ ଲାଇନ୍ସ ଦୂର କରିବାରେ ଏହା ସାହାଯ୍ୟ କରେ। ଏହାର ପ୍ୟାକ୍‌କୁ ୨୦ରୁ ୨୫ ମିନିଟ୍ ମୁହଁରେ ଲଗାଇ ରଖି ବା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ।

ଆଖି ତଳ କଳା ଦାଗ ଦୂର କରିବାରେ ପୋଦିନାର ଭୂମିକା ରହିଛି। ପୋଦିନା ପତ୍ର ପ୍ୟାକ୍‌କୁ ରାତିଯାକ ଆଖି ତଳେ ଲଗାଇ ଶୁଅନ୍ତୁ। ସକାଳୁ ତାହାକୁ ଧୋଇ ଦିଅନ୍ତୁ।

ପୋଦିନା ତେଲ ବି କେଶ ବୃଦ୍ଧିରେ ସାହାଯ୍ୟ କରେ। ଏନେଇ ପୋଦିନା ତେଲରେ ପ୍ରସ୍ତୁତ ସାମ୍ପୁ ବ୍ୟବହାର କରାଯାଇପାରିବ।

Leave A Reply

Your email address will not be published.