ଛାଡଖାଇ ପାଇଁ ଭାଲୁ ଓ ବାରାହା ଶିକାର କରି ୮ ଗିରଫ, ଟ୍ରାକ୍ଟର ଓ ବୋମା ଜବଦ

ତେଲକୋଇ/କେନ୍ଦୁଝର : କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳ ରେ ଛାଡ଼ଖାଇ ଅବସରରେ ବାରାହା ଓ ଭାଲୁ ଶିକାର କୁ ନେଇ ୮ ଶିକାରୀ ଗିରଫ ହେବା ସହିତ ଶିକାର ରେ ବ୍ୟବହାର ତାର ଓ ଏକ ଟ୍ରାକ୍ଟର କୁ ଜବଦ କରିଛି ବନବିଭାଗ।  ଶନିବାର ଛାଡ଼ଖାଇ ଥିବାରୁ ତେଲକୋଇ ବନାଞ୍ଚଳ ରେ ଶିକାରୀ ମାନଙ୍କ ଉପରେ ଗତକାଲି ଠାରୁ ବନ ବିଭାଗ ନଜର ରଖିଥିଲା। ତେଲକୋଇ ବନବିଭାଗ ପକ୍ଷରୁ ବିଭିନ୍ନ ଜଙ୍ଗଲ ଉପରେ ନଜର ରଖାଯାଇଥିଲା। ତେଲକୋଇ ବନାଞ୍ଚଳ ର ବିମଳା ଫରେଷ୍ଟ ଅଧୀନ ଗୋଳାଗାଡ଼ିଆ ଗାଁ ପାଖ ସାମନାଳି କୁଇଲିସୁତା ସଂରକ୍ଷିତ ଜଙ୍ଗଲରେ ବୋମା ସାହାଯ୍ୟରେ ଏକ ବାରାହା ଶିକାର କରା ଯାଇଥିଲା।ଖବର ପାଇ ବନବିଭାଗ ର ଗୋଟିଏ ଟିମ ଚଢ଼ାଉ କରି ବାରାହା ମାଂସ, ହାତ ବୋମା ଜବତ କରିଛନ୍ତି।

ବାରାହ ଶିକାରୀ ମାମଲାରେ ବନ ବିଭାଗ ଗୋଳାଗାଡ଼ିଆ ଗାଁ ର ଗୁରୁଚରଣ ନାୟକ (୩୫), ଲୁଲୁ ମୁଣ୍ଡା (୨୦)ଏବଂ ଦେଉଳଡିହା ଗ୍ରାମର ବର୍ଷର ନାବାଳକ ସୁରେଶ ମୁଣ୍ଡା(୧୭) ଓ ବାଲିଶ୍ୱର ଗାଁ ର କ୍ଷୀରୋଦ ନାୟକ(୩୭) ଙ୍କୁ ଗିରଫ କରିଥିଲା। ଅନ୍ୟ ଏକ ଟିମ ଶନିବାର ସକାଳ ସମୟରେ ଏକ ଟ୍ରାକ୍ଟର ରେ ଏକ ମୃତ ଭାଲୁ କୁ କିଛି ଲୋକ ବିଞ୍ଝବାହାଳ କୁ ନେଉଥିବା ଦେଖି ଟ୍ରାକ୍ଟର ସହ ବିଦ୍ୟୁତ ତାର ଜବଦ କରିବା ସହିତ ୪ଜଣକୁ ଗିରଫ କରିଥିଲା। ପାଲଲହଡା ଓ କେନ୍ଦୁଝର ସୀମା ବିଞ୍ଝବାହାଳ ଡି ପି ଏଫ ଜଙ୍ଗଲରେ ଶିକାର ପାଇଁ ବିଦ୍ୟୁତ ତାର ବିଛା ଯାଇଥିଲା।ସେଥିରେ ଭାଲୁ ଟି ଲାଗି ମୃତୁ ମୁଖରେ ପଡ଼ିଥିବା ବନବିଭାଗ ପକ୍ଷରୁ କୁହାଯାଇଛି।

ଭାଲୁ ଶିକାର ରେ ବିଞ୍ଝ ବାହାଳ ଗ୍ରାମର କାର୍ତ୍ତିକା ସାହୁ(୩୨), ବୀରକିଶୋର ସାହୁ(୩୮), କଣ୍ଟାବାହାଳ ଗ୍ରାମର କାଁହୁ ଜୁଆଙ୍ଗ(୫୫), ଜଗମୋହନପୁର ଗ୍ରାମର ହାବିଲ ମୁଣ୍ଡା(୩୦) ଙ୍କୁ ଗିରଫ କରାଯାଇଛି।ଏହି ଚଢ଼ାଉରେ କେନ୍ଦୁଝର ଏସିଏଫ ଘନଶ୍ୟାମ ମହାନ୍ତ, ତେଲକୋଇ ରେଞ୍ଜର ରଞ୍ଜନ କୁମାର ପାଣି ଙ୍କ ନେତୃତ୍ବରେ ଫରେଷ୍ଟର ଭୂପତି ସେଠୀ, ଜ୍ୟୋତିର୍ମୟୀ ପଟ୍ଟନାୟକ,ଫରେଷ୍ଟ ଗାର୍ଡ ଦୀପକ କୁମାର ରଣା, ପ୍ରଭାତୀ ଦାସ, ଶାନ୍ତିଲତା ମୁଣ୍ଡାରୀ ସମେତ ଫରେଷ୍ଟ ଟିମ ଏହି ଚଢ଼ାଉରେ ସାମିଲ ହୋଇଥିଲେ।

Leave a comment