ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସାବଧାନ….ମାତିଛନ୍ତି ସାଇବର ଲୁଟେରା, ରିଚାର୍ଜ ବାହନାରେ ଆକାଉଣ୍ଟ ଖାଲି

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ନିକିରାଇ ଥାନା ଅଧିନ ଡେରାବିଷ ଛୋଟି ପଞ୍ଚାୟତର ଜଣେ ଯୁବକଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ସାଇବର ଲୁଟେରା ଲୁଟ କରିଥିବା ଅଭିଯୋଗ ହୋଇଛି l

ପୋଲିସ ସୂଚନା ମୁତାବକ, ଛୋଟି ପଞ୍ଚାୟତର ନିହାର ରଞ୍ଜନ ଭଞ୍ଜ ନାମକ ଯୁବକଙ୍କ ମୋବାଇଲକୁ ଏକ ଫୋନ କଲ ଆସିଥିଲା l ସେହି ଫୋନ କଲରେ ତାଙ୍କ ସିମ ଖୁବଶୀଘ୍ର ବନ୍ଦ ହେବାକୁ ଯାଉଛି ତୁରନ୍ତ ରିଚାର୍ଜ କରିବାକୁ କୁହାଯାଇଥିଲା l ଯେହେତୁ ସେହି ମୋବାଇଲ ନମ୍ବର ବ୍ୟାଙ୍କ ଠାରୁ ଆରମ୍ଭ କରି ଆଧାର କାର୍ଡରେ ଆଉ ସମସ୍ତ ଅଫିସରେ ଏହି ନମ୍ବର ଦିଆଯାଇଛି l ନିହାର ଭୟଭୀତ ହୋଇ ଅନଲାଇନରେ ରିଚାର୍ଜ କରିବାକୁ ଚେଷ୍ଟା କରିଥିଲେ l ଏହି ମୋବାଇଲଟି ତାଙ୍କର ହ୍ୟାଙ୍ଗ ହୋଇଯାଇଥିଲା l ଏହି ସମୟରେ ସାଇବର ଲୁଟେରା ଫୁଣିଥରେ ଫୋନ କରି ନିହାରଙ୍କ ରିଚାର୍ଜ ସେମାନେ କରିଥିବା କହିଥିଲେ ଏବଂ ଏକ ଲିଙ୍କ ପଠାଇଥିଲେ l ଯେଉଁଥିରେ ରିଚାର୍ଜ ସଫଳ ହୋଇଥିବା ଲେଖା ଥିଲା l ଏହି ଲିଙ୍କକୁ କ୍ଲିକ କରି ଖୋଲିବାକୁ ସାଇବର ଲୁଟେରା କହିଥିଲେ l ନିହାର ଲିଙ୍କ ଖୋଲୁ ଖୋଲୁ ଏକ ଅନ୍ୟ ପେଜ ମୋବାଇଲରେ ଖୋଲିଥିଲା l ଆଉ ମୋବାଇଲ ହ୍ୟାଙ୍ଗ ହୋଇଯାଇଥିଲା l ନିହାର ଡରି ଯାଇ ମୋବାଇଲ ସୁଇଚ ଅଫ କରିଦେଇଥିଲେ l କିଛି ସମୟ ପରେ ମୋବାଇଲ ଖୋଲିଲା ବେଳକୁ ତାଙ୍କ ଆକାଉଣ୍ଟରୁ ଏକ ଲକ୍ଷ ୧୩ ହଜାର ୫ ଶହ ଟଙ୍କା କଟି ଯାଇଥିବା ଏକ ମେସେଜ ପାଇଥିଲେ l ଏନେଇ ବ୍ୟାଙ୍କ ସହ ଯୋଗାଯୋଗ କରିବାରୁ ସାଇବର ସେଲରେ ଅଭିଯୋଗ କରିବାକୁ କୁହାଯାଇଛି l ଏନେଇ ନିହାର କଟକ ଏବଂ ଭୁବନେଶ୍ୱର ସାଇବର ସେଲ୍ ରେ ଅଭିଯୋଗ କରିଛନ୍ତି l

Leave A Reply

Your email address will not be published.