ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନୂଆ ଲୁକରେ ଟିମ୍ ଇଣ୍ଡିଆ: ଟି-୨୦ ବିଶ୍ବକପ ପାଇଁ ଭାରତର ନୂତନ ଜର୍ସି ରିଲିଜ୍

ନୂଆଦିଲ୍ଲୀ: ନୂଆ ଲୁକରେ ଟିମ୍ ଇଣ୍ଡିଆ । ଟି୨୦ ବିଶ୍ବକପ ପାଇଁ ଟିମ ଇଣ୍ଡିଆ ନୂତନ ଜର୍ସି ରିଲିଜ୍ ହୋଇଛି । କ୍ରିକେଟର ମାନେ ଏହି ନୂତନ ଜର୍ସିକୁ ପରିଧାନ କରିବା ସହ ସୋସିଆଲ ମିଡ଼ିଆରେ ଫଟୋ ପୋଷ୍ଟ କରିଛନ୍ତି । ଭାରତୀୟ କ୍ରିକେଟ ଟିମ୍ ମଧ୍ୟ ନିଜ ପେଜରେ ଏହି ଫୋଟକୁ ପୋଷ୍ଟ କରିଛନ୍ତି । ନୂତନ ଜର୍ସି ନୀଳ ରଙ୍ଗର ରହିଥିବାବେଳେ ନୂତନ ଡିଜାଇନ୍ ମଧ୍ୟ କରାଯାଇଛି । ଟି-୨୦ ବିଶ୍ବକପର ଜର୍ସି ପାଇଁ ଭାରତର କିଟ ପାର୍ଟନର MPL ସ୍ପୋର୍ଟସ ନୂଆ ଜର୍ସି ଲଞ୍ଚ କରିବା ନେଇ ପୂର୍ବରୁ ଘୋଷଣା କରିଥିଲା । ଟିମ ଇଣ୍ଡିଆର ନୂଆ ଜର୍ସି ଆଜି ମୁମ୍ବାଇର ଏକ କାର୍ଯ୍ଯକ୍ରମରେ ଲଞ୍ଚ କରାଯାଇଛି ।

ନୂଆ ଜର୍ସି ସ୍କାଏ ବ୍ଲୁ ମିଶ୍ରିତ ରଙ୍ଗରେ ଡିଜାଇନ କରାଯାଇଛି । ଜର୍ସିର ବାମ ପଟେ ବିସିସିଆଇ ଲୋଗୋ ରହିଥିବାବେଳେ ଡାହାଣ ପଟେ ଗଚଖ ସ୍ପୋର୍ଟସର ଲୋଗୋ ରହିଛି । ନୂଆ ଜର୍ସି ଲଞ୍ଚ ପୂର୍ବରୁ ଏକ ଭିଡିଓ ମାଧ୍ୟମରେ ଅଧିନାୟକ ରୋହିତ ଶର୍ମା, ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ବ୍ୟାଟର ଶ୍ରେୟାସ ଆୟାର ପ୍ରଶଂସକଙ୍କୁ ଟିମ ଇଣ୍ଡିଆର ନୂଆ ଜର୍ସିରେ ଭାଗ ନେବାକୁ କହିଥିଲେ । ତେବେ ଟିମ ଇଣ୍ଡିଆର ନୂଆ ଜର୍ସି ଲଞ୍ଚ ନେଇ ସୋସିଆଲ ମିଡିଆରେ କ୍ରିକେଟ ଫ୍ୟାନ୍ସଙ୍କ ମଧ୍ୟରେ ଖୁବ ଉତ୍ସାହ ଦେଖିବାକୁ ମିଳିଛି ।

Leave A Reply

Your email address will not be published.