ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

‘ମୋ ପରି ଛକ୍କା କେହି ମାରିପାରିବେନି’; ମ୍ୟାଚ ଜିତିବା ପରେ କିଛି ଏପରି କହିଲେ ଭାରତର ଷ୍ଟାର ବ୍ୟାଟର ଇଶାନ କିଷାନ୍‌

ରାଞ୍ଚି: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଗତକାଲି ଶେଷ ହୋଇଥିବା ଦ୍ଵିତୀୟ ଦିନିକିଆ ମ୍ୟାଚରେ ଭାରତ ବିଜୟୀ ହୋଇଛି । ଫଳରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ବରାବର ସ୍ଥିତିରେ ରହିଛନ୍ତି ଉଭୟ ଟିମ୍ । ଏହି ମ୍ୟାଚରେ ଟିମ୍ ଇଣ୍ଡିଆର ବିଜୟ ପଛର ନାୟକ ସାଜିଥିଲେ ଶ୍ରେୟସ ଆୟର ଓ ଇଶାନ କିଷାନ । ଶ୍ରେୟସଙ୍କ ଶତକ ଓ ଇଶାନଙ୍କ ଧୂଆଁଧାର ଅର୍ଦ୍ଧଶତକ ବଳରେ ଟିମ୍ ଇଣ୍ଡିଆ ବିଜୟୀ ହେବା ସହ ସିରିଜରେ କମବ୍ୟାକ୍ କରିଛି ।

ତେବେ ମ୍ୟାଚ୍‌ ବିଜୟ ପରେ ଇଶାନ କିଷାନ କହିଛନ୍ତି ଯେ, କିଛି ଖେଳାଳି ଏପରି ଅଛନ୍ତି, ଯେଉଁମାନେ ନିଜ ଷ୍ଟ୍ରାଇକ୍‌କୁ ରୋଟେଟ୍‌ କରି ଚାଲିଥାନ୍ତି । ଷ୍ଟ୍ରାଇକ ରୋଟେଟ କରିବା କିଛି ଖେଳାଳୀଙ୍କର ଶକ୍ତି ହୋଇଥିବା ବେଳେ କିଛି ଖେଳାଳୀଙ୍କର ଛକା ମାରିବା ସବୁଠୁ ବଡ ସାର୍ମଥ୍ୟ । ମୋ ଭଳି ଲଗାତାର ଛକା ମାରିବା ଅନ୍ୟ ମାନଙ୍କ ପାଇଁ କଷ୍ଟସାଧ୍ୟ ହୋଇପାରେ କିନ୍ତୁ ବେଶ ସହଜରେ ମୁଁ ଛକା ମାରିଥାଏ । ଛକା ମାରିବା ମୋର ସାର୍ମଥ୍ୟ । କିନ୍ତୁ କୌଣସି ବି ଖେଳାଳି ମୋ ପରି ଛକ୍କା ମାରିପାରିବନାହିଁ । ମୋତେ ଛକ୍କା ମାରିବାକୁ ଭଲ ଲାଗେ ଏବଂ ମୁଁ ଅତି ସହଜରେ ମଧ୍ୟ ସଟ୍‌ ଖେଳିଦିଏ । ଏହା ହିଁ ମୋ ଶକ୍ତି । ଯଦି ମୁଁ ଛକ୍କା ମାରି ରନ୍‌ ରେଟ୍‌କୁ ମେକଅପ୍‌ କରିଦେଉଛି , ତେବେ ମୁଁ ସିଙ୍ଗିଲ୍‌ ସିଙ୍ଗିଲ୍‌ ରନ୍‌ ନେଇ ଷ୍ଟ୍ରାଇକ୍‌ ରୋଟେଟ କରିବା କଥା ଚିନ୍ତା କରେନାହିଁ ।

ଏହାସହ ଇଶାନ କହିଛନ୍ତି, କିଛି ଏମିତି ବି ମ୍ୟାଚ୍ ଆସିଥାଏ ଯେଉଁଠି ଷ୍ଟ୍ରାଇକ ରୋଟେଟ କରିବାର ଆବଶ୍ୟକତା ରହିଥାଏ । ଯେତେବେଳେ ଲଗାତାର ୱିକେଟ ପଡୁଥାଏ ସେତେବେଳେ ଷ୍ଟ୍ରାଇକ ରୋଟେଟ କରିବା ଉଚିତ୍ । କିନ୍ତୁ ଏଥିପାଇଁ ଅଧିକରୁ ଅଧିକ ପ୍ରାକ୍ଟିସର ଆବଶ୍ୟକତା ପଡିଥାଏ । କିନ୍ତୁ ଯଦି ଆପଣ ଛକା ମାରିବାର ସାର୍ମଥ୍ୟ ରଖୁଛନ୍ତି ଏବଂ ସେହିଭଳି ବଲ ପଡୁଥାଏ ତେବେ ଷ୍ଟ୍ରାଇକ ରୋଟେଟ କରିବା ବଦଳରେ ଛକା କାହିଁକି ନ ମାରିବ?

ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ଵିତୀୟ ଦିନିକିଆ ମ୍ୟାଚରେ ଇଶାନ କିଷାନ ନିଜ ହୋମଗ୍ରାଉଣ୍ଡ ରାଞ୍ଚିରେ ୮୪ ବଲରୁ ବିସ୍ଫୋରକ ୯୩ ରନର ଇନିଂସ ଖେଳିଥିଲେ । ଯେଉଁଥିରେ ୭ ବିଶାଳ ଛକା ଓ ୪ଟି ଚୌକା ରହିଥିଲା । ତେବେ ଶତକରୁ ଅଳ୍ପକେ ବଞ୍ଚିତ ହୋଇଥିଲେ ଇଶାନ । ଘରୋଇ ଗ୍ରାଉଣ୍ଡରେ ଶତକ ମାରିବା ସମସ୍ତଙ୍କର ଇଚ୍ଛା ଥାଏ କିନ୍ତୁ ଏହି ସ୍ୱପ୍ନକୁ ପୂରା କରିବା ପୂର୍ବରୁ ପ୍ୟାଭିଲିୟନ ଫେରିଥିଲେ ଇଶାନ । କ୍ରିଜରେ ଜମିଥିଲେ ମଧ୍ୟ ୭ ରନ୍ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ ଇଶାନ ।

Leave A Reply

Your email address will not be published.