ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଧନବୃଦ୍ଧି ପାଇଁ ବାସ୍ତୁ ନିୟମ

ଖାଦ୍ୟ, ବସ୍ତ୍ର ଓ ବାସଗୃହ ଭଳି ମୌଳିକ ଆବଶ୍ୟକତା ପୂରଣ କରିବା ପାଇଁ ନିହାତି ଭାବେ ଟଙ୍କାର ଆବଶ୍ୟକତା ରହିଛି। ଏହା ସହିତ ଅନ୍ୟାନ୍ୟ ସୁଖସୁବିଧା ପାଇଁ ମଧ୍ୟ ଟଙ୍କା ଦରକାର। କିନ୍ତୁ ଅନେକ ସମୟରେ ବାସ୍ତୁଦୋଷ ଯୋଗୁଁ ଘରେ ଅର୍ଥାଭାବ ସୃଷ୍ଟି ହୋଇଥାଏ। ଘରେ ଧନବୃଦ୍ଧି ପାଇଁ ଥିବା ବାସ୍ତୁ ନିୟମଗୁଡ଼ିକ ସମ୍ପର୍କରେ ଆସନ୍ତୁ ଜାଣିବା-

ରଙ୍ଗ

ଘରର କାନ୍ଥରେ ଦିଆଯାଉଥିବା ରଙ୍ଗ ମଧ୍ୟ ମନରେ ସକାରାତ୍ମକ ଓ ନକାରାତ୍ମକ ପ୍ରଭାବ ପକାଇଥାଏ। ଘରର ଉତ୍ତର-ପୂର୍ବ ଦିଗରେ ଥିବା କାନ୍ଥରେ ହାଲ୍‌କା ନୀଳ ରଙ୍ଗ ଲଗାନ୍ତୁ। ଏହି ରଙ୍ଗ ରଚନାତ୍ମକ ଓ ସକାରାତ୍ମକ ଶକ୍ତି ବୃଦ୍ଧି କରିଥାଏ। ବାସ୍ତୁଶାସ୍ତ୍ରରେ ଦିଗ ଅନୁଯାୟୀ ଏକ କଲର୍‌ଚାର୍ଟ୍‌ ରହିଥାଏ। ଏହା ଦ୍ବାରା ଘରେ ସୁଖସମୃଦ୍ଧି ବଢ଼ିବା ସହିତ ଆର୍ଥିକସ୍ତରରେ ଉନ୍ନତି ଆସିଥାଏ। ବାଥ୍‌ ରୁମ୍‌ ଓ କିଚେନ୍‌ରେ ଲାଲ୍‌ ରଙ୍ଗ ଦିଅନ୍ତୁ ନାହିଁ।

ଜଳାଶୟ ନିମନ୍ତେ ଉଚିତ ସ୍ଥାନ

ବାସ୍ତୁଶାସ୍ତ୍ରରେ ଜଳାଶୟର ମହତ୍ତ୍ବ ରହିଛି। କାରଣ ଏହା ଆର୍ଥିକ କ୍ଷେତ୍ରକୁ ପ୍ରଭାବିତ କରିଥାଏ। ବାସ୍ତୁ ଅନୁଯାୟୀ, ଘରର ଆର୍ଥିକ ଅଭିବୃଦ୍ଧି ପାଇଁ ସୁଇମିଂ ପୁଲ୍‌ ଘରର ଉତ୍ତର, ଉତ୍ତରପୂର୍ବ କିମ୍ବା ପୂର୍ବ ଦିଗରେ ରହିବା ସର୍ବୋତ୍ତମ। ୱାଟର୍‌ ଫାଉଣ୍ଟେନ୍‌ ଥିଲେ, ଧ୍ୟାନ ରଖନ୍ତୁ – ଯେପରିକି ପାଣି ଉତ୍ତରରୁ ପୂର୍ବ ଆଡ଼କୁ ପଡ଼ୁଥିବ। ଅଣ୍ଡରଗ୍ରାଉଣ୍ଡ୍‌ ପାଣି ଟାଙ୍କି ରଖୁଥିଲେ, ଏହା ଉତ୍ତର, ପୂର୍ବ ବା ଉତ୍ତରପୂର୍ବ ଦିଗରେ ନିର୍ମାଣ କରନ୍ତୁ। ଘର ଉପରେ ପାଣିଟାଙ୍କି ଥÒଲେ, ଦକ୍ଷିଣ, ଦକ୍ଷିଣପୂର୍ବ କିମ୍ବା ଦକ୍ଷିଣପଶ୍ଚିମ ଦିଗରେ ରଖନ୍ତୁ। ଏଭଳି ଭାବେ ରଖିଲେ ଘରେ ଧନବୃଦ୍ଧି ହୋଇଥାଏ।

ଆଲମାରୀ ସଠିକ୍‌ ଦିଗରେ ରଖନ୍ତୁ

ବାସ୍ତୁ ଅନୁଯାୟୀ ଦକ୍ଷିଣ କିମ୍ବା ଦକ୍ଷିଣ ପଶ୍ଚିମ ଦିଗରେ ଥିବା କାନ୍ଥରେ ଆଲମାରୀ ନିର୍ମାଣ କରନ୍ତୁ। ଆଲମାରୀର ମୁହଁ ଉତ୍ତର ଦିଗକୁ ଖୋଲୁଥÒବା ଆବଶ୍ୟକ। ଆଲମାରୀ ସାମନାରେ ଦର୍ପଣ ରଖÒବା ମଧ୍ୟ ଶୁଭ। କାରଣ ଆଲମାରୀ ଖୋଲିବା ସମୟରେ ଧନସମ୍ପଦର ପ୍ରତିବିମ୍ବ ଦେଖାଯାଏ। ଏହା ଆପଣଙ୍କ ଅର୍ଥର ଦ୍ବିଗୁଣିତ କରିବାର ପ୍ରତୀକ।

ଘର ଚାରିପାଖରେ ରଖନ୍ତୁ ସବୁଜିମା ଘରେ ମନିପ୍ଲାଣ୍ଟ ଲଗାନ୍ତୁ। ଏହା ଘରର ଆର୍ଥିକ ଉନ୍ନତି ସହିତ ଜଡ଼ିତ।

ଖୋଲା ଏବଂ ବ୍ୟବସ୍ଥିତ ଘର

ଘରକୁ ସଫାସୁତରା ଓ ସୁବ୍ୟବସ୍ଥିତ କରି ରଖିବା ଉଚିତ। ଉତ୍ତର ଦିଗ ଧନ ସହିତ ଜଡ଼ିତ। ତେଣୁ ଉତ୍ତର ଦିଗକୁ ଅଧିକ ସଫାସୁତରା ରଖନ୍ତୁ। ଘରର ଏହି ଦିଗରେ ଭାରି ଜିନିଷ ବା ଆସବାବପତ୍ର ରଖନ୍ତୁ ନାହିଁ। ଏହି ଦିଗରେ ସିଡ଼ି ରହିବା ମଧ୍ୟ ଉଚିତ ନୁହେଁ, କାରଣ ସିଡ଼ି ଧନ ଆଗମନରେ ବାଧା ସୃଷ୍ଟି କରିଥାଏ।

କବାଟ ଓ ଝରକାଗୁଡ଼ିକୁ ସଫା ରଖନ୍ତୁ

କବାଟ ଓ ଝରକା ଯୋଗୁଁ ସୂର୍ଯ୍ୟାଲୋକ ଓ ପବନ ଘର ଭିତରକୁ ଆସିଥାଏ। ଏହାଦ୍ବାରା ଘରେ ସକାରାତ୍ମକ ବାତାବରଣ ବୃଦ୍ଧି ପାଇଥାଏ। ତେଣୁ କବାଟ ଓ ଝରକା ସହିତ ଝରକାରେ ଲାଗିଥିବା କାଚକୁ ସବୁବେଳେ ସଫା ରଖିବା ଉଚିତ। କବାଟ ଓ ଝରକାରେ ଧୂଳିମଳି ଜମି ରହିଲେ, ଏହା ଆର୍ଥିକ ସ୍ଥିତି ଖରାପ କରିଥାଏ।

Leave A Reply

Your email address will not be published.