ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଚୈତ୍ର ନବରାତ୍ରୀ ପାଇଁ ବାସ୍ତୁ ନିୟମ

ଚୈତ୍ର ନବରାତ୍ରୀରେ ନଅ ଦିନ ପର୍ଯ୍ୟନ୍ତ ମା’ ଦୁର୍ଗାଙ୍କର ପୂଜାର୍ଚ୍ଚନା କରାଯାଏ। ଏହାଦ୍ବାରା ଦେବୀକୃପା ଲାଭ ହେବା ସହିତ ଅନେକ ବାଧାବିଘ୍ନ ଦୂର ହୁଏ। ନବରାତ୍ରୀରେ ଦେବୀ ମା’ଙ୍କୁ ଭିନ୍ନ ଭିନ୍ନ ରୂପରେ ପୂଜା କରାଯାଇଥାଏ। ମା’ଙ୍କ ନଅ ରୂପ ହେଉଛି- ଶୈଳପୁତ୍ରୀ, ବହ୍ମଚାରିଣୀ, ଚନ୍ଦ୍ରଘଣ୍ଟା,କୁଷ୍ମାଣ୍ଡା, ସ୍କନ୍ଧମାତା, କାତ୍ୟାୟନୀ, କାଳରାତ୍ରୀ, ମହାଗୌରୀ ଏବଂ ସିଦ୍ଧିଦାତ୍ରୀ। ଏହି ନବଦିନାତ୍ମକ ପୂଜାରେ ବାସ୍ତୁଦୋଷ ଦୂର କରିବା ପାଇଁ ଏମିତି କିଛି ନିୟମ ଅଛି, ଯାହାକୁ ମାନିବା ଦ୍ବାରା ବିଶେଷ ଲାଭଦାୟକ ହୋଇଥାଏ। ଚୈତ୍ର ନବରାତ୍ରୀ ପାଇଁ ଥିବା କିଛି ବାସ୍ତୁ ନିୟମ ହେଉଛି –

  • ମା’ଙ୍କ ପୂଜାପାଇଁ ଈଶାନ କୋଣ, ଅର୍ଥାତ୍‌ ଉତ୍ତର-ପୂର୍ବ ଦିଗର କଳସ ସ୍ଥାପନା କରିବା ଉଚିତ। ଏହାଦ୍ବାରା ଘରେ ସୁଖସମୃଦ୍ଧି ବୃଦ୍ଧି ହୁଏ।
  • ଅଖଣ୍ଡ ଜ୍ୟୋତିକୁ ଦକ୍ଷିଣ-ପୂର୍ବ ବା ଆଗ୍ନେୟ କୋଣରେ ସ୍ଥାପନ କରନ୍ତୁ। ବାସ୍ତୁଶାସ୍ତ୍ର ଅନୁସାରେ, ଏହା ଦ୍ବାରା ଶତ୍ରୁ ଉପରେ ବିଜୟ ଲାଭ ହେବା ସହିତ ପରିବାରର ସଦସ୍ୟ ରୋଗମୁକ୍ତ ହୋଇଥାନ୍ତି।
  • ନବରାତ୍ରୀର ପ୍ରତ୍ୟେକ ଦିନ ଘର ଅଗଣାରେ ଲକ୍ଷ୍ମୀପାଦ ଝୋଟି ପକାନ୍ତୁ। ଲକ୍ଷ୍ମୀପାଦ ଘର ଭିତରକୁ ହୋଇଥିବା ଉଚିତ। ଏହାଦ୍ବାରା ମା’ ଲକ୍ଷ୍ମୀଙ୍କ କୃପାଦୃଷ୍ଟି ପଡ଼ିଥାଏ।
  • ଯଦି କୌଣସି ବ୍ୟବସାୟ କରୁଛନ୍ତି, ତେବେ ଗୋଟିଏ କଳସରେ ପାଣି ଭର୍ତ୍ତି କରି, ସେଥିରେ ଲାଲ୍‌ ଓ ହଳଦିଆ ରଙ୍ଗର ଫୁଲ ପକାଇ ନିଜ ବ୍ୟବସାୟ ପ୍ରତିଷ୍ଠାନ ବା କାର୍ଯ୍ୟାଳୟ ମୁଖ୍ୟ ଦ୍ବାର ପାଖରେ ପୂର୍ବ କିମ୍ବା ଉତ୍ତର ଦିଗରେ ରଖନ୍ତୁ। ଏହାଦ୍ବାରା ବ୍ୟବସାୟରେ ଉନ୍ନତି ଆସେ।
  • କନ୍ୟା ପୂଜନ ସମୟରେ କନ୍ୟାଙ୍କୁ ଉତ୍ତର କିମ୍ବା ପୂର୍ବ ଦିଗ ଆଡ଼କୁ ମୁହଁ କରି ବସାନ୍ତୁ ଓ ଭୋଜନ କରାନ୍ତୁ। ଏହାଦ୍ବାରା ଘରର ସବୁ ବାସ୍ତୁଦୋଷ ଦୂର ହୋଇ ସକାରାତ୍ମକ ଶକ୍ତି ଆସିଥାଏ।
Leave A Reply

Your email address will not be published.