ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବସ୍ତି ସୁରକ୍ଷା ମଞ୍ଚର ଉପଦେଷ୍ଟା କମ୍ରେଡ ଶିବରାମଙ୍କ ଦେହାନ୍ତ

ଭୁବନେଶ୍ୱର: ସିପିଆଇ(ଏମ୍-ଏଲ) ରେଡଷ୍ଟାର ପାର୍ଟି ରାଜ୍ୟ ସମ୍ପାଦକ ତଥା ବସ୍ତି ସୁରକ୍ଷା ମଞ୍ଚର ଉପଦେଷ୍ଟା କମ୍ରେଡ ଶିବରାମଙ୍କ ଦେହାନ୍ତ । ଗତ କିଛି ଦିନ ହେଲେ ସେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଚିକିତ୍ସାଧୀନ ଥିଲେ ଶିବାରାମ । ଜଣେ ଖଟିଖିଆ, ମେହନତି ମଣିଷର ସ୍ୱାର୍ଥ ପାଇଁ ସଂଗ୍ରାମ କରୁଥିବା ନେତା ଭାବେ ସେ ଲୋକଙ୍କ ମଧ୍ୟରେ ପରିଚିତ । ବ୍ୟବହାର ମାର୍ଜିତ ଓ ଅହମିକା ବିବର୍ଜିତ ମଣିଷ ଥିଲେ ସେ । ରାଜଧାନୀରେ ବସ୍ତି ବାସିନ୍ଦାଙ୍କ ଅଧିକାରର ସୁରକ୍ଷା ନେଇ ସେ ଅନେକ ଥର ସ୍ୱର ଉଠାଇଥିଲେ । ରାଜଧାନୀର ଅନେକ ଗଣଆନ୍ଦୋଳନରେ ସେ ଭାଗନେଇଥିଲେ । ତାଙ୍କର ଏଭଳି ଅକାଳରେ ବିୟୋଗରେ ତାଙ୍କ ପରିଚିତଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.