ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କର୍ଣ୍ଣାଟକର ୨୩ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବାସବରାଜ ବୋମାଇ

ବେଙ୍ଗାଲୁରୁ: କର୍ଣ୍ଣାଟକର ୨୩ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବାସବରାଜ ବୋମାଇ । ରାଜଭବନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ପଦ ଓ ଗୋପନୀୟତାର ଶପଥପାଠ କରିଛନ୍ତି । ବାସବରାଜ କର୍ଣ୍ଣାଟକ ରାଜନୀତିର ଜଣେ ବରିଷ୍ଠ ନେତା । ଆଜିର ଶପଥ ଗ୍ରହଣ ସମାରୋହରେ କର୍ଣ୍ଣାଟକ ବିଜେପିର ସମସ୍ତ ବରିଷ୍ଠ ନେତା, ମନ୍ତ୍ରୀ ଓ ବିଧାୟକ ଉପସ୍ଥିତ ଥିଲେ । ଏଥିସହ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକମାନେ ଉପସ୍ଥିତ ରହିବେ । ବିଧାୟକ ଦଳ ବୈଠକରେ ସର୍ବସମ୍ମତି କ୍ରମେ ବାସବରାଜଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ବଛାଯାଇଥିଲା । କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ.ଆର. ବୋମାଇଙ୍କ ପୁତ୍ର ହେଉଛନ୍ତି ବାସବରାଜ୍‌ । ବିଜେପି ମହଲରେ ଜଣେ ବିଶ୍ୱସ୍ତ ନେତା ହେଉଛନ୍ତି ବାସବରାଜ୍ । ୟେଦ୍ୟୁରପ୍ପାଙ୍କ ଇସ୍ତଫା ପରେ ବାସବରାଜ ହିଁ ଥିଲେ ଏକ ମାତ୍ର ପ୍ରତିଦ୍ୱନ୍ଦ୍ୱି । ଲିଙ୍ଗାୟତ ସମ୍ପ୍ରଦାୟରୁ ଆସିଥିବାରୁ ବିଧାୟକ ଦଳ ବୈଠକରେ ତାଙ୍କ ନାଁରେ ସମର୍ଥନ ମିଳିଥିଲା । କର୍ଣ୍ଣାଟକ ରାଜନୀତିରେ ବେଶ ଚର୍ଚ୍ଚିତ ଚେହେରା ବାସବରାଜ ବୋମାଇ ।

Leave A Reply

Your email address will not be published.