ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଏକାଠି ଆସିବେ ବରୁଣ-ଜାହ୍ନବୀ

ଖୁବ୍‌ଶୀଘ୍ର ଆସିବାକୁ ଯାଉଛି ନୂଆ ହିନ୍ଦୀ ସିନେମା ‘ବବାଲ’। ନୀତୀଶ ତିୱାରୀଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ନଜର ଆସିବେ ଅଭିନେତା ବରୁଣ ଧୱନ ଓ ଅଭିନେତ୍ରୀ ଜାହ୍ନବୀ କପୁର। ପ୍ରଥମ ଥର ପାଇଁ ବରୁଣ ଓ ଜାହ୍ନବୀ ଏକାଠି ସ୍କ୍ରିନ୍‌ ସେୟାର୍‌ କରିବ। ସେମାନଙ୍କୁ ଏକାଠି ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି। ସେହିପରି ବଡ଼ ପରଦାରେ ଏ ଦୁହିଁଙ୍କ ଯୋଡ଼ି ବୋବାଲ କରିବ ବୋଲି ଏବେଠୁ ଚର୍ଚ୍ଚା ହେଲାଣି। ଏହି ସିନେମାକୁ ନେଇ ଦୀର୍ଘଦିନ ଧରି ଆଲୋଚନା ଲାଗି ରହିଥିଲା। ଆଉ ଏବେ ଏହାର ରିଲିଜ୍ ତାରିଖ ଘୋଷଣା ହୋଇଛି। ଅକ୍ଟୋବର ୬ ତାରିଖରେ ଏହା ପ୍ରେକ୍ଷାଳୟକୁ ଆସିବ। ଅନ୍ୟପଟେ ଜାହ୍ନବୀ ଓ ବରୁଣଙ୍କ କିଛି ଫଟୋ ତଥା ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। ଯେଉଁଥିରେ ଏ ଦୁହେଁ ଏକାଠି ଖୁବ୍ ମଜାମସ୍ତି କରୁଥିବା ଦେଖିବାକୁ ମିଳିଛି।

Leave A Reply

Your email address will not be published.