ବାର୍ସିଲୋନା ଲାଭ କରିବ ୨୭୪ ମିଲିଅନ ୟୁରୋ

ବାର୍ସିଲୋନା : ଜଣାଶୁଣା ଫୁଟବଲ କ୍ଲବ ବାର୍ସିଲୋନ ଏଥର ଭଲ ପରିମାଣର ଲାଭ କରିଛି। ୨୦୨୧-୨୨ ଆର୍ଥିକ ବର୍ଷରେ ଏହି କ୍ଲବ ୯୮ ମିଲିଅନ ତଥା ୯୮.୨୭ ମିଲିଅନ ଆମେରିକୀୟ ଡଲାର ଲାଭ କରିଛି। ଚଳିତ ସିଜନରେ ବାର୍ସିଲୋନା ମୋଟ୍‍ ୨୭୪ ମିଲିଅନ ୟୁରୋ ଲାଭ କରିବ ବୋଲି ଆକଳନ କରିଛି। ଫୋର୍ବସର ସବୁଠାରୁ ଦାମୀ ଫୁଟବଲ କ୍ଲବ ତାଲିକାରେ ବାର୍ସିଲୋନା ୫ ବିଲିଅନ ଡଲାର ସହ ଦ୍ୱିତୀୟ ସ୍ଥାନରେ ରହିଛି। କିନ୍ତୁ ୫.୧ ମିଲିଅନ ଡଲାର ସହ ରିୟଲ ମାଦ୍ରିଦ ଏହି ତାଲିକାର ଶୀର୍ଷରେ ରହିଛି।

ଚଳିତ ଲା ଲିଗାରେ ୬ଟି ମ୍ୟାଚ୍‍ ଖେଳିବା ପରେ ବାର୍ସିଲୋନା ୧୬ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି। ତେବେ ରିୟଲ ମାଦ୍ରିଦ ୧୮ ପଏଣ୍ଟ ପାଇ ଶୀର୍ଷରେ ରହିଛି। ଜାଭି ବାର୍ସିଲୋନାର ହେଡ୍‍ କୋଚ୍‍ ରହିଛନ୍ତି। ସ୍ପେନ ମିଡ୍‍ଫିଲ୍ଡର ତଥା ଅଧିନାୟକ ୩୪ ବର୍ଷୀୟ ସର୍ଗିଓ ବୁସକ୍ୱେଟ୍ସ ବୁର୍ଗୋସ କ୍ଲବର ନେତୃତ୍ୱ ନେଇଛନ୍ତି। କୋଭିଡ୍‍-୧୯ କାରଣରୁ କ୍ଲବ ଅବସ୍ୟ କ୍ଷତି ସହିଥିଲା।

Leave a comment