ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବାରବାଟୀ ଟି-୨୦: ଦକ୍ଷିଣ ଆଫ୍ରିକାକୁ ୧୪୯ ରନର ଟାର୍ଗେଟ ଦେଲା ଭାରତ

କଟକ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ଵିତୀୟ ମୁକାବିଲା ରବିବାର କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯଉଛି। ଏହି ମଇଦାନରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା  ମୁହାଁମୁହିଁ  ହୋଇଛନ୍ତି। ଟସ୍ ଜିତି ଦକ୍ଷିଣ ଆଫ୍ରିକାର ଫିଲ୍ଡିଂ ନିଷ୍ପତ୍ତି ନେଇ ଥିଲା। ଫଳରେ ଭାରତ ପ୍ରଥମେ ବ୍ଯାଟିଂ କରିଥିଲା । ଭାରତ ପ୍ରଥମେ ବ୍ଯାଟିଂ କରି ୧୪୮ ରନ କରିଥିଲା। ଦକ୍ଷିଣ ଆଫ୍ରିକାକୁ ଏହି ମ୍ଯାଚକୁ ଜିତିବାକୁ ହେଲେ ୧୪୯ ରନର ଆବଶ୍ଯକତା ରହିଛି।

ଭାରତ ପକ୍ଷରୁ ଇଶାନ କିଷନ ଓ ଋତୁରାଜ ଗାଏକୱାଡ ଓପନିଂ କରିଥିଲେ। ଋତୁରାଜ ଗାଏକୱାଡ ୪ ବଲରେ ୧ ରନ କରି ଆଉଟ ହୋଇଥିଲେ। ଫର୍ମରେଥିବା ଇଶାନ କିଷନ ୨୧ ବଲରେ ୩୪ ରନ କରି ଆଉଟ ହୋଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୧୨ ବଲରେ ୯ ରନ କରି ଆଉଟ ହୋଇଥିଲେ। ଅଧିନାୟକ ଋଷଭ ପନ୍ତ ନିରାଶ କରିଥିଲେ। ୭ ବଲରେ ୫ରନ କରି ପନ୍ତ ଆଉଟ ହୋଇଥିଲେ। ଶ୍ରେୟସ ଆୟର ୩୫ ବଲରେ ୪୦ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ଅକ୍ଷର ପଟେଲ ଓ ଦିନେଶ କାର୍ତ୍ତିକ ସମ୍ଭଳିଥିଲେ। ଅକ୍ଷର ପଟେଲ ୧୧ ବଲରେ ୧୦ ରନ କରି ଆଉଟ ହୋଇଥିଲେ। ପରେ ହର୍ଷଲ ପଟେଲ୍‌ ଓ ଦିନେଶ କାର୍ତ୍ତିକ ପାରିକୁ ସମ୍ଭାଳିଥିଲେ। ହର୍ଷଲ ପଟେଲ୍‌ ୯ ବଲରେ ୧୨ ରନ କରି ଅପରାଜିତ ରହିଥିବା ବେଳେ ଦିନେଶ କାର୍ତ୍ତିକ ୨୧ ବଲରେ ୩୦ ରନ କରି ଅପରାଜିତ ରହିଥିଲେ।

ଦକ୍ଷିଣ ଆଫ୍ରିକା ପକ୍ଷରୁ ଅନରିଚ ନର୍ତ୍ତୋଜେ ୨ଟି ୱିକେଟ ନେଇଥିବା ବେଳେ କାଗିସୋ ରାବଡା, ୱେନ ପାର୍ନେଲ, ଡ୍ୱେନ ପ୍ରିଟୋରିୟସ ଓ କେଶବ ମହାରାଜ ପକ୍ଷରୁ ଗୋଟିଏ ଲେଖାଏଁ ୱିକେଟ ନେଇଥିଲା।

Leave A Reply

Your email address will not be published.