ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଜି ବାର୍ ଆସୋସିଏସନ ନିର୍ବାଚନ, ୱାନ ବାର୍ ୱାନ ଭୋଟ ନିୟମ ଅନୁଯାୟୀ ନିର୍ବାଚନ ଚାଲିଛି

ଭୁବନେଶ୍ୱର: ଆଜି ସମଗ୍ର ରାଜ୍ୟରେ ମୋଟ ୧୫୩ଟି ବାର୍ ଆସୋସିଏସନର ନିର୍ବାଚନ ଅନୁଷ୍ଠିତ ହେଉଛି। ୱାନ ବାର୍ ୱାନ ଭୋଟ ନିୟମ ଅନୁଯାୟୀ ଏହି ନିର୍ବାଚନ ପରିଚାଳନା କରାଯାଉଛି। ରାଜ୍ୟବ୍ୟାପୀ ମୋଟ ୩୩ ହଜାର ୪୩୪ ଜଣ ଆଇନଜୀବୀ ନିଜ ନିଜ ବାର ଆସୋସିଏସନ କର୍ମକର୍ତ୍ତାଙ୍କୁ ନିର୍ବାଚିତ କରିବେ। ଆଜି ସକାଳ ୮ଟାଠାରୁ ଭୋଟ ଗ୍ରହଣ ଆରମ୍ଭ ହୋଇସାରିଛି। ଅପରାହ୍ନ ୩ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ। ଗଣତି ଶେଷ ପରେ ନିର୍ବାଚିତ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯିବ। ଆସନ୍ତା ଏପ୍ରିଲ ୧୫ ତାରିଖରେ ଓଡ଼ିଶା ରାଜ୍ୟ ବାର୍ କାଉନସିଲର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହେବ। ଓକିଲଙ୍କ ନିର୍ବାଚନ ପାଇଁ ଯୋଗ୍ୟ ଭୋଟରଙ୍କ ତାଲିକା ଓଡ଼ିଶା ରାଜ୍ୟ ବାର୍ କାଉନସିଲ ପକ୍ଷରୁ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ କରାଯାଇଛି।

Leave A Reply

Your email address will not be published.