ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆସନ୍ତା ସପ୍ତାହରେ ୬ଦିନ ବନ୍ଦ ରହିବ ବ୍ଯାଙ୍କ

ଭୁବନେଶ୍ୱର: ସୋମବାର ଠାରୁ ଆସନ୍ତା ସପ୍ତାହରେ ଭାରତରେ ବ୍ୟାଙ୍କ ସେବା ୬ ଦିନ ବନ୍ଦ ରହିବ। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ୬ ଦିନ ବ୍ୟାଙ୍କ ବନ୍ଦ ରହିବ।

ଅକ୍ଟୋବର ୧୮- ଆସାମ ଗୌହାଟୀରେ କଟି ବିହୁ ପାଇଁ ବ୍ୟାଙ୍କ ବନ୍ଦ ରହିବ।

ଅକ୍ଟୋବର ୧୯- : ଇଦ୍-ଇ-ମିଲାଦ୍ ଏହି ଦିନ ପ୍ରଫେଟ୍ ମହମ୍ମଦଙ୍କ ଜନ୍ମ ବାର୍ଷିକୀ ।  ଏହି ଅହସରରେ ନୂଆଦିଲ୍ଲୀ, ଭୋପାଳ, ଅହମ୍ମଦାବାଦ, ବେଲାପୁର, ଚେନ୍ନାଇ, ଡେରାଡୁନ୍, ହାଇଦ୍ରାବାଦ, ଇମ୍ଫାଲ, ଜମ୍ମୁ, କାନପୁର, କୋଚି, ଲକ୍ଷ୍ନ‌ୌ, ମୁମ୍ବାଇ, ନାଗପୁର, ରାୟପୁର, ରାଞ୍ଚି, ଶ୍ରୀନଗର ଏବଂ ଥିରୁବନନ୍ତପୁରମ୍‌ରେ ଇଦ୍-ଇ-ମିଲାଦଙ୍କ ପାଇଁ ବ୍ୟାଙ୍କ ବନ୍ଦ ରହିବ।

ଅକ୍ଟୋବର ୨୦- ବାଲ୍ମିକୀ ଜୟନ୍ତୀ ଯୋଗୁ ବେଙ୍ଗାଲୁରୁ, ଚଣ୍ଡିଗଡ଼, ଶିମଲା, କୋଲକାତା ଏବଂ ଅଗରତାଲାରେ ବ୍ୟାଙ୍କ ବନ୍ଦ ରହିବ।

ଅକ୍ଟୋବର ୨୨- ଇଦ୍-ଇ-ମିଲାଦ-ଉଲ୍-ନାବି ପାଇଁ ଜାମ୍ମୁ ଏବଂ ଶ୍ରୀନଗରରେ ବ୍ୟାଙ୍କ ସେବା ବନ୍ଦ ରହିବ।

ଅକ୍ଟୋବର ୨୩- ଚତୁର୍ଥ ଶନିବାର ହେତୁ ବ୍ୟାଙ୍କ ସମଗ୍ର ଭାରତରେ ବନ୍ଦ ରହିବ।

ଅକ୍ଟୋବର ୨୪-ରବିବାର ଯୋଗୁ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।

Leave A Reply

Your email address will not be published.