ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଯଥାଶୀଘ୍ର ସାରିଦିଅନ୍ତୁ ସମସ୍ତ ବ୍ୟାଙ୍କ କାମ, ଅକ୍ଟୋବରରେ ୨୧ ଦିନ ବନ୍ଦ ରହିବ ବ୍ୟାଙ୍କ….

ନୂଆଦିଲ୍ଲୀ: ଆପଣଙ୍କର ରହିଯାଇଛି କି କିଛି ବ୍ୟାଙ୍କ କାମ, ତେବେ ବିଳମ୍ବ ନ କରି ଯଥାଶୀଘ୍ର ସାରିଦିଅନ୍ତୁ ସମସ୍ତ କାମ । କାରଣ ଆସନ୍ତା ଅକ୍ଟୋବର ମାସର ପ୍ରାୟ ୨୧ ଦିନ ଦେଶରେ ବନ୍ଦ ରହିପାରେ ବ୍ୟାଙ୍କ । ସେପ୍ଟେମ୍ବର ୩୦ ସୁଧା ସାରିଦିଆନ୍ତୁ ସମସ୍ତ ବ୍ୟାଙ୍କ କାମ । ଦଶହରା ଏବଂ ବିଭିନ୍ନ ପର୍ବପର୍ବାଣୀ ପାଇଁ ବ୍ୟାଙ୍କ କର୍ମଚାରୀଙ୍କ ଛୁଟି ରହିବ ।

ଆସନ୍ତା ଅକ୍ଟୋବର ମାସରେ ସାପ୍ତାହିକ ରବିବାର ଓ ଦ୍ବିତୀୟ ଓ ଚତୁର୍ଥ ଶନିବାର, ଦଶହରା, ମହାଳୟା, ଆଦି ଛୁଟି ଦିନକୁ ମିଶାଇ ୨୧ ଦିନ ବ୍ୟାଙ୍କ ବନ୍ଦ ରହିପାରେ ବୋଲି ସୂଚନା ମିଳିଛି । ୨୧ ଛୁଟି ମଧ୍ୟରୁ ୧୪ଟି ଛୁଟି ଆରବିଆଇ ଘୋଷଣା କରିଛି। ତେଣୁ ଅକ୍ଟୋବର ମାସ ପୂର୍ବରୁ ଆପଣଙ୍କର ଯଦି କିଛି ଗୁରୁତ୍ୱପୂର୍ଣ୍ଣ କାମ ରହିଯାଇଛି ତେବେ ଯଥାଶୀଘ୍ର ସାରିଦିଅନ୍ତୁ ।

Leave A Reply

Your email address will not be published.