ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବ୍ୟାଙ୍କ୍ ଅଧିକାରୀ ନିଖୋଜ, ବ୍ରିଜ ଉପରେ ବାଇକ୍ ଓ ଚପଲ ପଡ଼ିଛି

ଗତ କାଲି ସଂଧ୍ୟା ସମୟରେ ବଲାଙ୍ଗୀର ଲୋଇସିଂହା ଥାନା ଅନ୍ତର୍ଗତ ଚେରୁପାଲି ଉପରେ ଆବବନୀୟ ଘଟଣା ଘଟିଛି । ବ୍ରୀଜରୁ ବ୍ୟାଙ୍କ କର୍ମଚାରୀ ନିଖୋଜ ହୋଇଥିବା ଜଣାପଡିଛି । ଏଭଳି ଏକ ଘଟଣା ଘଟିଛି ବଲାଙ୍ଗୀର- ସମ୍ୱଲପୁର ଏନ.ଏଚ୨୬ର ଚେରୁପାଲି ଅଂଗନଦୀ ବ୍ରୀଜ ଠାରେ । ନିଖୋଜ ବ୍ୟାଙ୍କ କର୍ମଚାରୀ ଜଣକ ହେଉଛନ୍ତି ବରଗଡ ଜିଲ୍ଲା ବରପାଲି ପଞ୍ଜାବ ନାସନାଲ ବ୍ୟାଙ୍କର ଏଗ୍ରିକଲଚର ମ୍ୟାନେଜର ଦିବ୍ୟ ରଞ୍ଜନ ମିଶ୍ର ବୋଲି ଜଣାପଡିଛି । କାଲି ସନ୍ଧ୍ୟାରେ ବ୍ୟାଙ୍କରୁ ବାହାରିବା ସମୟରେ ପରିବାର ଲୋକଙ୍କ ସହ ଫୋନରେ କଥା ହୋଇଥିଲେ ।

ତେବେ ସଂନ୍ଧ୍ୟା ୭ଟା ପରେ ଆଉ ତାଙ୍କର ଫୋନ ଲାଗିନଥିଲା । ତେବେ ସେହି ରାସ୍ତାଦେଇ ଆସୁଥିବ କିଛି ଲୋକ ବ୍ରିଜ ଉପରେ ବାଇକ୍ ଓ ଚପଲ ପଡିଥିବା ଦେଖିଥିଲେ । ତେବେ ଦିବ୍ୟ ନଦୀକୁ ଡେଇଁ ଆତ୍ମହତ୍ଯା କରିଛନ୍ତି ନା ତାଙ୍କୁ ଏହି ନିଛାଟିଆ ଜାଗାରୁ ଅପହରଣ କରାଯାଉଛି ସେନେଇ ଲୋଇସିଂହା ପୋଲିସର ଏକ ଟିମ୍ ଘଟଣାକୁ ଯାଇ ତଦନ୍ତ ଆରମ୍ଭ କରିଛି । ଏପର୍ଯ୍ୟନ୍ତ ଦିବ୍ୟଙ୍କ କୌଣସି ପତ୍ତା ମିଳିନଥିବା ଲୋଇସିଂହା ଥାନା ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.