ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଓଡ଼ିଆ ପୁଅଙ୍କ ବିରଳ କୃତିତ୍ୱ : ବ୍ୟାଙ୍କ ଅଫ୍‌ ଆମେରିକାର ଏମ୍‌ଡି କଟକର ଲଳିତ

କଟକ : ଅମେରିକାର ଦ୍ବିତୀୟ ତଥା ପୃଥିବୀର ଅଷ୍ଟମ ବୃହତ ବ୍ୟାଙ୍କ ବ୍ୟାଙ୍କ ଅଫ୍‌ ଆମେରିକା (ବିଓଏ) ରେ ବରିଷ୍ଠ ପରିଚାଳନା ନିର୍ଦ୍ଦେଶକ(ଏମଡି) ଭାବେ ଅବସ୍ଥାପିତ ହୋଇଛନ୍ତି ଓଡ଼ିଆ ଯୁବକ ଲଳିତ ଜୀବନ ଦାସ । ଜଣେ ଓଡ଼ିଆ ଭାବେ ବିଶ୍ବସ୍ତରୀୟ ବ୍ୟାଙ୍କ ପରିଚାଳନା ଦାୟିତ୍ବରେ ରହି ସେ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି। ଆଗାମୀ ଦିନରେ ଓଡ଼ିଶା ଆସି ରାଜ୍ୟ ସରକାରଙ୍କ ପରାମର୍ଶ କ୍ରମେ ଶିଳ୍ପ ସଂଘମାନଙ୍କ ସହ ମିଶି ରାଜ୍ୟରେ ଯୌଥ ଶିଳ୍ପ ପ୍ରତିଷ୍ଠା ଦିଗରେ ଆଲୋଚନା କରିବେ ବୋଲି ଲଳିତ କହିଛନ୍ତି। କଟକ ଚୌଧୁରୀବଜାର ନିବାସୀ କ୍ଷୁଦ୍ର ଶିଳ୍ପ ସଂଘ ନେତା ତଥା ବିଶିଷ୍ଟ ଶିଳ୍ପପତି ମାନସ ଦାସ ଓ ଲିପିୟୁଷ୍ଠା ଦାସଙ୍କ ପୁଅ ସୁଯୋଗ ପାଇ ସେ ମୁମ୍ବଇ ଶାଖାରେ ଚାକିରି ଲଳିତ। ମେଡିକାଲ ପବ୍ଲିକ ସ୍କୁଲରୁ ସେ ଆଇସିଏସ୍‌ସି ପାସ୍‌ କରିବା ପରେ ରେଭେନ୍ସା ବିଶ୍ବବିଦ୍ୟାଳୟରୁ ବାଣିଜ୍ୟରେ ଡିଗ୍ରୀ ସଲ କରିଥିଲେ।

ଏହାପରେ ଉଚ୍ଚଶିକ୍ଷା ପାଇଁ ସେ ଚାଲି ଯାଇଥିଲେ ହାଇଦ୍ରାବାଦ୍ଧିତ ଆଇସିଏଫ୍ଆଇ ବିଶ୍ବବିଦ୍ୟାଳୟୁକୁ। ସେଠାରୁ ଏମ୍‌ବିଏ (ଅର୍ଥଶାସ୍ତ୍ର) ରେ ସ୍ନାତକୋତ୍ତର ଲାଭ କରିଥିଲେ। କ୍ୟାମ୍ପସ୍ ଚୟନ ମାଧ୍ୟମରେ ବ୍ୟାଙ୍କ ଅଫ୍ ବରୋଦାରୁ ଜୀବନ ଆରମ୍ଭ କରିଥିଲେ। ପୁନେରେ ନୂତନ ଭାବେ ଖୋଲାଯାଇଥିବା କ୍ଷୁଦ୍ର ଶିଳ୍ପ ବିଭାଗ ଦାୟିତ୍ବରେ ରହି ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ମଣ୍ଡଳ ଦ୍ବାରା ଶ୍ରେଷ୍ଠ ଅଧିକାରୀ ଭାବେ ପୁରସ୍କୃତ ହୋଇଥିଲେ । ଇତିମଧ୍ୟରେ ତାଙ୍କୁ ବ୍ୟାଙ୍କ ଅଫ ଆମେରିକାର ମୁମ୍ବଇ ଶାଖାରେ ଯୋଗଦେବାକୁ ପ୍ରସ୍ତାବ ଆସିଥିଲା ।

ସେ ବ୍ୟାଙ୍କ ଅଫ୍ ଆମେରିକାରେ ଯୋଗଦେବା ପରେ ତାଙ୍କର କାର୍ଯ୍ୟଦକ୍ଷତାକୁ ପରଖ୍ ଆମେରିକାର ନର୍ଥ କାରୋଲିନା ସ୍ଥିତ ମୁଖ୍ୟ ଦପ୍ତରରେ କାର୍ଯ୍ୟ କରିବାର ସୁଯୋଗ ଦେଇଥିଲା ବ୍ୟାଙ୍କ। ପ୍ରାକୃତିକ ଗ୍ୟାସ୍‌, ପେଟ୍ରୋଲିୟମ୍ ଦ୍ରବ୍ୟ ଏବଂ ଅଣପାରମ୍ପରିକ ଶକ୍ତି କ୍ଷେତ୍ରରେ କର୍ପୋରେଟ୍‌ ସଂସ୍ଥାମାନଙ୍କୁ ଆର୍ଥିକ ଋଣ ପ୍ରଦାନ କାର୍ଯ୍ୟକ୍ରମରେ ଲଳିତଙ୍କ କାର୍ଯ୍ୟଶୈଳୀ ପ୍ରଶଂସନୀୟ ରହିଥିଲା। ଓଡ଼ିଶାର ପ୍ରାକୃତିକ ସମ୍ପଦ ବିନିଯୋଗ ଏବଂ ଅଣପାରମ୍ପରିକ ଶକ୍ତି କ୍ଷେତ୍ରରେ ଆମେରିକା କର୍ପୋରେଟ୍ ସଂସ୍ଥାମାନଙ୍କର ଭାଗିଦାରୀରେ ଏଠାରେ ଅନେକ ଉଦ୍ୟୋଗ ସୃଷ୍ଟି ହେବାର ସମ୍ଭାବନା ରହିଥିବା ଲଳିତ କହିଛନ୍ତି।

Leave A Reply

Your email address will not be published.