ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବାଂଲା ବୋଲରଙ୍କ ଆଗରେ ଫେଲ୍‌ ମାରିଲେ ଭାରତୀୟ ବ୍ୟାଟର୍‌, ୨ୟ ଦିନିକିଆରେ ଭାରତକୁ ୫ରନ୍‌ରେ ହରାଇ ସିରିଜ୍‌ ଜିତିଲା ବାଂଲାଦେଶ

ଢାକା : ଢାକାଠାରେ ଚାଲିଥିବା ୨ୟ ଦିନିକିଆ ମ୍ୟାଚରେ ୫ରନ୍‌ରେ ବିଜୟ ସହ ଘରୋଇ ବାଂଲାଦେଶ ଭାରତ ବିପକ୍ଷ ସିରିଜକୁ ୨-୦ରେ ଆଗୁଆ କବ୍‌ଜା କରିଛି। ଆଜି ୨ୟ ଦିନିକିଆ ମ୍ୟାଚରେ ବାଂଲାଦେଶ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଆରମ୍ଭରୁ ବେଶ କେତୋଟି ଓ୍ବିକେଟ ହରାଇ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ବାଂଲାଦେଶ । କିନ୍ତୁ ଗତ ମ୍ୟାଚ ପରି ଏହି ମ୍ୟାଚରେ ବି ମେହିଦି ହାସାନ ମିରାଜ୍ ଲଢୁଆ ବ୍ୟାଟିଂ କରି ଭାରତର ଆଶାକୁ ନିରାଶାରେ ପରିଣତ କରିଦେଇଥିଲେ । ସେ ମାତ୍ର ୮୩ଟି ବଲରୁ ଶତକ ହାସଲ କରି ମ୍ୟାଚର ଗତିପଥକୁ ବଦଳାଇଦେଇଥିଲେ । ନିଜର ଏହି ଇନିଂସରେ ସେ ୪ଟି ଛକା ଓ ୮ଟି ଚୌକା ମାରିଥିଲେ ।

ସେହିପରି ମହମ୍ମଦୁଲ୍ଲା ୯୬ଟି ବଲରୁ ୭୭ ରନର ଯୋଗଦାନ ଦେଇଥିଲେ । ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ସତ୍ତ୍ବେ ନିମ୍ନଭାଗ ବ୍ୟାଟ୍ସ,ମ୍ୟାନଙ୍କ ଲଢୁଆ ଖେଳ ପ୍ରଦର୍ଶନ ଯୋଗୁଁ ବାଂଲା ଦଳ ଭାରତ ଆଗରେ ୨୭୧ ରନର ଏକ ସମ୍ମାନଜନକ ସ୍କୋର କରିପାରିଥିଲା।ଭାରତ ପକ୍ଷରୁ ଓ୍ବାସିଂଟନ ସୁନ୍ଦର ୩ଟି ଓ୍ବିକେଟ ନେଇଥିବାବେଳେ ମହମ୍ମଦ ସିରାଜ ଓ ଉମରାନ ମଲ୍ଲିକ୍ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ଦ୍ବିତୀୟ ଇଂନିସର ୨୭୨ ରନ୍‌ର ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଭାରତ ଆରମ୍ଭରୁ ବିରାଟ କୋହଲି ଓ ଶିଖର ଧଓ୍ବନଙ୍କ ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା । ଏହା ପରେ କେଏଲ ରାହୁଲ ଓ ଓ୍ବାସିଂଟନ ସୁନ୍ଦର ମଧ୍ୟ ବିଶେଷ କିଛି ଯୋଗଦାନ ଦେଇପାରିନଥିଲେ । କିନ୍ତୁ ଶ୍ରେୟସ ଆୟର ଓ ଅକ୍ଷର ପଟେଲ ସତର୍କତାର ସହ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ଆୟର ୮୨ ରନ ଓ ପଟେଲ ୫୬ ରନ କରିଥିଲେ । ଏହା ପରେ ଭାରତ ପୁଣି ଥରେ କିଛି ଓ୍ବିକେଟ ହରାଇଥିଲେ । ଆହତ ହୋଇଥିବା ରୋହିତ କିନ୍ତୁ ୯ମ ସ୍ଥାନରେ ଆସି ଲଢୁଆ ଖେଳ ପ୍ରଦର୍ଶନ କରିଥିଲେ । ସେ ୨୮ ବଲରେ ୫୧ ରନ କରି ଭାରତ ବିଜୟ ଆଶା ସଂଚାର କରିଥିଲେ । କିନ୍ତୁ ଭାରତ ୫ ରନ ପଛରେ ପଡ଼ିଯାଇଥିଲା ।

Leave A Reply

Your email address will not be published.