ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବାଉଁଶ ଅଳଙ୍କାରରେ ପଟ୍ଟଚିତ୍ର ମାଧ୍ୟମରେ ଓଡିଶାର କଳାକୃତି, ସ୍ୱାବଲମ୍ବୀ ହେଉଛନ୍ତି ଯୁବକ ଓ ଯୁବତୀ

କେନ୍ଦ୍ରାପଡା: ବାଉଁଶରୁ କେହି କେବେ ଏତେ ସୁନ୍ଦର ଅଳଙ୍କାର ତିଆରି କରିପାରିବ ବୋଲି କଳ୍ପନା କରିନଥିବେ। ଏହା କରି ଦେଖାଇଛନ୍ତି ରାଜକନିକା ତହସିଲ ଅଧିନ ସିହୋପଡା ଅଞ୍ଚଳର ପ୍ରିୟଦର୍ଶିନୀ ଦାସ। ସେ ଜଣେ ଗୃହିଣୀ ହୋଇଥିଲେ ମଧ୍ୟ ତାଙ୍କର ଅଦମ୍ୟ ଇଛାଶକ୍ତି ଓ କିଛି କରିବାର ପ୍ରଚେଷ୍ଟା ତାଙ୍କୁ ଏକ ନିପୁଣ କଳାକାରରେ ବଦଳାଇ ଦେଇଛି। କେବଳ ଯେ ଅଳଙ୍କାର ତିଆରି କରୁଛନ୍ତି ତାହା ନୁହେଁ ବରଂ ବେକାର ଯୁବକ ଯୁବତୀଙ୍କୁ ପ୍ରଶିକ୍ଷଣ ଦେଇ ରୋଜଗାରକ୍ଷମ କରାଉଛନ୍ତି। ନିକଟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରଶିକ୍ଷଣ ଦେଇଛନ୍ତି। କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା ଏବଂ ରାୟଗଡା ଜିଲ୍ଲାରେ ଟ୍ରେନିଂ ଦେଇ ଶତାଧିକ ଯୁବକ ଯୁବତୀଙ୍କୁ ରୋଜଗାର କ୍ଷମ କରାଇଛନ୍ତି।

ବର୍ତ୍ତମାନ ବାଉଁଶରୁ ବିଡ଼ ନିର୍ମାଣ କରୁଛନ୍ତି କ୍ଷ ପୂର୍ବରୁ ବିଡ଼କୁ ବଜାରରୁ କିଣିବାକୁ ପଡୁଥିଲା କ୍ଷ ଓଡ଼ିଶାରେ ପ୍ରଥମ ଥର ପାଇଁ ହାତ ଚୁଡ଼ି, ନାକ ଫୁଲ, କାନ ଫୁଲ ବାଉଁଶରୁ ତିଆରି କରାଯାଇଛି। ଏଥିରେ ଓଡ଼ିଶାର କଳାକୃତିକୁ ନେଇ ପ୍ରତ୍ୟେକ ସାମଗ୍ରୀରେ ପଟଚିତ୍ର ଦିଆଯାଉଛି। ନାକ ଫୁଲକୁ ଅତି ସୁନ୍ଦର ଭାବେ ପ୍ରସ୍ତୁତ କରାଯାଇଛି। ପୂର୍ବରୁ ସଲିଡ଼ ବାଉଁଶରେ ଏହିଭଳି ଅଳଙ୍କାର କେହି ତିଆରି କରିଥିବା ଦେଖିବାକୁ ମିଳେନା। ଏହିସବୁ ସାମଗ୍ରୀରେ ପଟଚିତ୍ର ଦିଆଯାଇ ଓଡିଶାର କଳାକୃତିକୁ ଲୋକପ୍ରିୟ କରାଯାଉଛି। ଯାହାଦ୍ୱାରା ଅଳଙ୍କାର ଗୁଡିକ ଅନନ୍ୟ ହୋଇପାରୁଛି ବୋଲି ପ୍ରିୟଦର୍ଶିନୀ କହିଛନ୍ତି।

ବାଉଁଶରେ ଅଳଙ୍କାର ତିଆରି କରିବା କିଛି ନୂଆ କଥା ନୁହେଁ କ୍ଷ ହେଲେ ପ୍ରିୟଦର୍ଶିନୀ ତିଆରି କରୁଥିବା ଅଳଙ୍କାର ସମ୍ପୂର୍ଣ ଭିନ୍ନ ଏବଂ ରୁଚିକର କ୍ଷ ବାଉଁଶରେ ଚୁଡ଼, ବାଲା, ଖଡୁ, କାନଫୁଲ, ହାର, ମୁଣ୍ଡ ବନ୍ଧା ସହିତ ଅନ୍ୟାନ୍ୟ ଅଳଙ୍କାର ବନେଇବାରେ ସେ ଏକ ନୂତନ ପ୍ରକ୍ରିୟାରେ କାମ କରୁଛନ୍ତି କ୍ଷ ବାଉଁଶକୁ ହଳଦୀ, ନିମ୍ବ ଓ କରଞ୍ଜ ରସରେ ସିଝାଇ ତାକୁ ଶୁଖାଇବା ପରେ କାଟି ପଲିସ କରନ୍ତି। ବିଭିନ୍ନ ଆକାରର ବାଉଁଶ ଟୁକୁଡ଼ା କାଟି ସେଥିରୁ ଅଳଙ୍କାର ପ୍ରସ୍ତୁତ କରିଥାନ୍ତି କ୍ଷ ସେଥିରେ ସେ ଶାମୁକା, ପଥର, କାଚ ଓ କାଠର ବିଡ଼ ମଧ୍ୟ ବ୍ୟବହାର କରିଥାନ୍ତି।

ଏହା ସହିତ ଓଡ଼ିଶାର କଳାକୃତିକୁ ଆଗକୁ କରିବା ଲାଗି ସେ ତିଆରି କରୁଥିବା ଅଳଙ୍କାର ଉପରେ ପଟଚିତ୍ର ମଧ୍ୟ କରିଥାନ୍ତି। ତାଙ୍କର ଏହି ପ୍ରୟାସରେ ପଟଚିତ୍ର ଶିଳ୍ପୀ ନିରଞ୍ଜନ ମହାପାତ୍ର ତାଙ୍କୁ ଏହି କାର୍ଯ୍ଯକରିବାରେ ସାହାଯ୍ୟ କରିଥାନ୍ତି। କେବଳ ଅଳଙ୍କାର ତିଆରି ନୁହେଁ ପ୍ରିୟଦର୍ଶିନୀ ଏନେଇ ବିଭିନ୍ନ ବେକାରୀ ଯୁବତୀ ମାନଙ୍କୁ ଏକତ୍ରିତ କରି ପ୍ରଶିକ୍ଷଣ ଦେଇ ରୋଜଗାର କ୍ଷମ କରାଇଛନ୍ତି। ଆଜି ଯେତେବେଳେ ଜଳବାୟୁ ପରିବର୍ତ୍ତନ ଏକ ବହୁତ ବଡ଼ ସମସ୍ୟା ହୋଇଛି କ୍ଷ ଏହାସହିତ ଚାକିରୀ ଅନେଶ୍ୱଣରେ ଯୁବକ ଯୁବତୀମାନେ ଅନ୍ୟ ରାଜ୍ୟକୁ ପଳାୟନ କରିବା ପରିସ୍ଥିତି ମଧ୍ୟ ଜଟିଳ ହୋଇଛି। ଏସବୁକୁ ନଜରରେ ରଖି ନିଜେ ଶିଖିଥିବା କାର୍ଯ୍ଯକୁ ଅନ୍ୟମାନଙ୍କୁ ତାଲିମ ଦେଇ ରୋଜଗାର କ୍ଷମ କରାଇବାକୁ ଚାହାନ୍ତି। ଏନେଇ ରାଜ୍ୟ ତମାମ ବୁଲି ବୁଲି ସେ ପ୍ରଶିକ୍ଷଣ ଦେଉଛନ୍ତି। ଚଳିତ ବର୍ଷ ଏପ୍ରିଲ ମାସରେ ସେ ରାୟଗଡ଼ା ଜିଲ୍ଲାରେ ଏକ ପ୍ରଶିକ୍ଷଣ ଶିବିର କରିଥିଲେ। ଏଥିରେ ୨୫ ଜଣ କନ୍ଧ ଯୁବତୀମାନଙ୍କୁ ପ୍ରଶିକ୍ଷିତ କରାଯାଇଥିଲା କ୍ଷ ଆଜି ସେ ୨୫ ଜଣ ଯୁବତୀ ସ୍ୱାବଲମ୍ବୀ ହେବା ସହ ବେଶ ଖ୍ୟାତି ଅର୍ଜନ କରିଛନ୍ତି। ପ୍ରିୟଦର୍ଶିନୀ ରାଜକନିକା ତହସିଲ ଅଧିନ ସିହୋପଡା ଅଞ୍ଚଳରେ ବସବାସ କରନ୍ତି। ତାଙ୍କର ଏହିଭଳି କାର୍ଯ୍ଯକୁ ପରିବାର ସହିତ ସ୍ଥାନୀୟ ଅଞ୍ଚଳର ଲୋକମାନେ ବହୁତ ଖୁସି ଓ ଗର୍ବ ଅନୁଭବ କରୁଛନ୍ତି।

Leave A Reply

Your email address will not be published.