ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମାଛ ଜାଲରେ ଲାଗିଲା ଭୋଟବାକ୍ସ 

ନୟାଗଡ଼/ଶରଣକୁଳ: ନୟାଗଡ଼ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶରଣକୁଳ ନିକଟସ୍ଥ ବାଉଁଶିଆ-ଗୋତିସାହି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ରାସ୍ତାର ବଢ଼ିଆ ଗହୀର ମଧ୍ୟରେ ଥିବା ପୋଖରୀ ଭିତରୁ ବୁଧବାର ଦୁଇଟି ଲୁହା ଭୋଟବାକ୍ସ ଉଦ୍ଧାର କରାଯାଇଛି । ଗୋତିସାହି ଗ୍ରାମର କିଛି ଲୋକ ସକାଳେ ସେହି ପୋଖରୀରୁ ମାଛ ଧରିବା ପାଇଁ ବଡ଼ ଜାଲ ପକାଇଥିବା ବେଳେ ଜାଲରେ ଦୁଇଟି ଖାଲି ଭୋଟବାକ୍ସ ଆସିଥିଲା । ବାକ୍ସ ଗୁଡ଼ିକ ଝୋଟ ଅଖା ବସ୍ତା ଭିତରେ ରହିଥିବା ମାଛ ଧରାଳୀ ମାନେ ଦେଖିଥିଲେ ।

ଏହି ଖବର ପ୍ରଚାରିତ ହେବା ପରେ ଆଖପାଖ ଗ୍ରାମର ଶତାଧିକ ଲୋକ ଭୋଟବାକ୍ସ ଦେଖିବା ପାଇଁ ପୋଖରୀ ହୁଡ଼ାରେ ରୁଣ୍ଡ ହୋଇଥିଲେ । କୈାଣସି ସୁତ୍ରରୁ ଖବରପାଇ ଶରଣକୁଳ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ବାକ୍ସ ଦୁଇଟିକୁ ଜବତ୍ କରି ଥାନାକୁ ନେଇଛନ୍ତି । ତେବେ କେଉଁ ପରିସ୍ଥିତିରେ ଭୋଟବାକ୍ସ ପୋଖରୀ ଭିତରକୁ ପକାଯାଇଛି ଓ ଆଜି ପର୍ୟ୍ୟନ୍ତ ବାକ୍ସ ଦୁଇଟିର ଖୋଜ ଖବର ଜିଲ୍ଲା ପ୍ରଶାସନ କିପରି ନେଇ ନାହିିଁ ,ଏହା ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି । ସାଧାରଣତଃ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜିଲ୍ଲାପରିଷଦ, ସମିିତିସଭ୍ୟ, ସରପଞ୍ଚ ଓ ୱାର୍ଡ଼ମେମ୍ବର ଭୋଟବେଳେ ଏହି ଭୋଟବାକ୍ସ ବ୍ୟବହାର କରାଯାଇଥାଏ । ଜିଲ୍ଲା ନିର୍ବାଚନ ଅଧିକାରୀ ପଞ୍ଚାୟତ ୱାରୀ ସମସ୍ତ ବୁଥକୁ ଭୋଟବାକ୍ସ ଓ ବାଲାଟ୍ ପେପର ପଠାଇଥାନ୍ତି । ବୁଥ୍ ଲେବୁଲ୍ ଅଫିସରମାନେ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ପଠାଯାଇଥିବା ବାସ୍କକୁ ଗାଡ଼ିରେ ବୁଥ୍ କେନ୍ଦ୍ରରେ ପହଂଚି ଭୋଟିଂ କାର୍ଯ୍ଯରେ ବ୍ୟବହାର କରିଥାନ୍ତି । ବାଲାଟ୍ ପେପର ଗଣତି ପରେ ପୁର୍ନବାର ନିର୍ବାଚନ ଅଧିକାରୀଙ୍କୁ କଡ଼ାସୁରକ୍ଷା ମଧ୍ୟରେ ଭୋଟବାକ୍ସ ଫେରାଇଥାନ୍ତି । ଏପରିସ୍ଥଳେ ପୋଖରୀ ଭିତରୁ ଓଏସଇସି ଲେଖାଥିବା ଦୁଇଟି ଖାଲି ଭୋଟବାକ୍ସ ବାହାରିବା ସାଧାରଣରେ ସନ୍ଦେହ ସୃଷ୍ଟି କରିବା ସହିତ ନିର୍ବାଚନର ସ୍ୱଚ୍ଛତା ପ୍ରତି ଅଙ୍ଗୁଳି ପ୍ରଦର୍ଶନ କରୁଅଛି । ସବୁଠାରୁ ବଡ଼ କଥା ହେଉଛି, ଉକ୍ତ ପୋଖରୀକୁ ୪ ବର୍ଷ ତଳେ ସଫା କରାଯାଇ ତାହା ଭିତରୁ ମାଟି ଉଠା ଯାଇଥିଲା । ଏନେଇ ଶରଣକୁଳ ଏସ୍ଆଇ ବିରଞ୍ଚି ନାରାୟଣ ଅମାତଙ୍କୁ ପଚାରିବାରେ, ଖବରପାଇ ଭୋଟବାସ୍କ ଦୁଇଟିକୁ ଉଦ୍ଧାର କରି ଆଣି ଥାନାରେ ରଖା ଯାଇଥିବା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.