ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ବାଲିପାଟଣା ଥାନା ଏଏସ୍‌ଆଇ ପୁଷ୍ପଲତା ପାଇକରାୟ

ଭୁବନେଶ୍ବର : ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ବାଲିପାଟଣା ଥାନା ଏଏସ୍‌ଆଇ ପୁଷ୍ପଲତା ପାଇକରାୟ। ୨୦୨୦ର ଏକ ମାମଲାର ଚାର୍ଜସିଟ ଦେବା ପାଇଁ ୫ ହଜାର ଲାଞ୍ଚ ନେଉଥିଲେ ପୁଷ୍ପଲତା। ଆଜି ଦିନ ୧୧ ଟା ସମୟରେ ସରକାରୀ କ୍ଵାଟରରେ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ୱର ଭିଜିଲାନ୍ସ ଟିମ ତାଙ୍କୁ ଗିରଫ କରିଛି। ଭିଜିଲାନ୍ସ ଡ଼ିଏସପି ଅମିତା ତ୍ରିପାଠୀ , ଇନ୍ସପେକ୍ଟର ମଦନ ମୋହନ ପ୍ରଧାନଙ୍କ ସହ ୮ ଜଣିଆ ଟିମ ଚଢ଼ାଉ କରିଥିଲେ ।

ସୂଚନାଅନୁସାରେ କମିସନରେଟ ପୁଲିସ ଅଧୀନ ଥିବା ବାଲିପାଟଣା ଥାନାର ଏଏସଆଇ ପୁଷ୍ପଲତା ପାଇକରାୟ ୨୦୨୦ର ଏକ ମାମଲାର ଚାର୍ଜସିଟ ଦେବା ପାଇଁ ୫ ହଜାର ଲାଞ୍ଚ ମାଗିଥିଲେ। ଏନେଇ ଜଣେ ବ୍ୟକ୍ତି ଭିଜିଲାନ୍ସକୁ ଜଣାଇଥିଲେ। ଯୋଜନା ମୁତାବକ ଆଜି ଦିନ ୧୧ ଟା ସମୟରେ ସରକାରୀ କ୍ଵାଟରରେ ରହି ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ରେଡ଼ ହ୍ୟାଣ୍ଡରେ ଧରିଛି ଭିଜିଲାନ୍ସ। ଭିଜିଲାନ୍ସ ହାତରେ ଧରାପଡିବା ପରେ ଏବେ ତାଙ୍କର ଅନ୍ୟ ସମ୍ପତ୍ତି ନେଇ ତଦନ୍ତ ଜୋରସୋରରେ ଚାଲିଛି ।

Leave A Reply

Your email address will not be published.