ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନିଶା ବେପାରୀଙ୍କ ଆଡ୍ଡାସ୍ଥଳୀ ବାଲିପାଟଣା

ବାଲିପାଟଣା: ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଅଞ୍ଚଳରେ ବ୍ୟାପକ ନିଶା କାରବାର ହେଉଥିବା ଅଭିଯୋଗ ଆସୁଛି। ବିଭିନ୍ନ ଛକ ମାନଙ୍କରେ ଗଞ୍ଜେଇ, ମଦ ଠାରୁ ଆରମ୍ଭ କରି ବ୍ରାଉନସୁଗର କାରବାର ହେଉଛି। ବିଶେଷକରି ସନ୍ଧ୍ୟା ସମୟରେ ଏହି ନିଶା ବ୍ୟବସାୟୀ ମାନେ ସକ୍ରିୟ ହେଉଛନ୍ତି। ତେଲ, ଲୁଣ ବିକ୍ରି ହେବା ପରି ବିଭିନ୍ନ ଗାଁ ଗହଳିରେ ଛୋଟ ଛୋଟ ଦୋକାନରେ ଖୁଲମଖୁଲା ଚୋରା ମଦ ବିକ୍ରି ହେଉଛି। ବ୍ରାଉନସୁଗର ବ୍ୟବସାୟୀ ସେମାନଙ୍କର କାୟା ବିସ୍ତାର କଲେଣି। ୧୮ ରୁ ୩୦ ବର୍ଷର ଯୁବଗୋଷ୍ଠୀ ଏମାନଙ୍କ ଜାଲରେ ଛନ୍ଦି ହୋଇ ନିଶା ସେବନ କରୁଛନ୍ତି। ବାଲିପାଟଣା ବଜାର, ଅଠାନ୍ତର ଛକ, ତୁରିନ୍ତିରା ଛକ, ମହାବୀର ଛକ, ନରଦା ଛକ, ବସନ୍ତମାଳ ଛକ, ବନମାଳିପର ଛକ ଆଦି ବ୍ରାଉନସୁଗର , ମଦର ହବ୍ ପାଲଟିଛି।

Leave A Reply

Your email address will not be published.