ବାପା ଗାଡି କିଣିବାକୁ ଟଙ୍କା ନଦେବାରୁ ପୁଅର ଆତ୍ମହତ୍ୟା

ବାଲିପାଟଣା : ବାଇକ କିଣିବାକୁ ଘରେ ଜିଦ କରି ଟଙ୍କା ମାଗି ନିରାଶ ହେବାରୁ କୁଳନ୍ତିରା ଗ୍ରାମର ପ୍ରଦୀପ୍ତ ମହାନ୍ତିଙ୍କ ପୁଅ ଦିବ୍ୟ ପ୍ରସାଦ ମହାନ୍ତି ଓରଫ ପପୁନା ( ୨୨ ) ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଛନ୍ତି ।ଘଟଣା ରୁ ପ୍ରକାଶ ଯେ ପ୍ରଦୀପ ମହାନ୍ତି ଙ୍କ ର ଦୁଇ ପୁଅ ଅଛନ୍ତି। ସାନ ପୁଅ ପୂପୁଲ କାଲି ରାତିରେ ବାପା ମତେ କିଛି ଟଙ୍କା ଦିଅ ମୁଁ ଏକ ନୂଆ ଗାଡି କିଣିବୀ ବୋଲି ମାଗି ଜିଦି କରିଥିଲେ,କିନ୍ତୁ ବାପା ପ୍ରଦୀପ ଟଙ୍କା ଦେବା ପାଇଁ ସମୂର୍ଣ ଅକ୍ଷମ ଥିଲେ । ପାରିବାରିକ ପରିସ୍ଥିତି ମୋର ଭଲ ନାହିଁ ଟଙ୍କା କୋଉଠୁ ଆଣିବି କହିଥିଲେ । କିନ୍ତୁ ବାପାଙ୍କର ଏହି କଥାକୁ ପାପୁଲ ସହଜେ ଗ୍ରହଣ ନକରି ଘର ଭିତରକୁ ଯାଇ ଭିତର ପଟୁ କବାଟ ଦେଇ ଆତ୍ମହତ୍ୟା କରିଥିଲେ। ଘଟଣା ସ୍ଥଳରେ ବାଲିପାଟଣା ପୋଲିସ୍ ପହଞ୍ଚି ଶବକୁ ଜବତ କରିବା ସହିତ ତଦନ୍ତ ଜାରି ରଖିଛନ୍ତି।