ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭିଣୋଇକୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ଶଳା

ବାଲେଶ୍ବର : ଭିଣୋଇକୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ଶଳା । ଖବର ନେବାରୁ ଜଣାପଡିଛି ଯେ ବାଲେଶ୍ବର ଜିଲ୍ଲା ସୋର ଥାନା କୁଡେଇ ଅଟାସବନ୍ଧ ଅଞ୍ଚଳରେ ଏଭଳି ଏକ ଘଟଣା ଘଟିଛି। । କୁଡେଇ ଅଟାସବନ୍ଧ ଅଞ୍ଚଳରେ ସଞୟ ପ୍ରଧାନ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣରୁ ଝଗଡା ଲାଗିଥିଲଲା। ଝଗଡା ହେବାପରେ ସଞୟଙ୍କ ସ୍ତ୍ରୀ ଏନେଇ ଫୋନ୍ ଯୋଗେ ତାଙ୍କ ଭାଇ ଗୁହିରାପଦା ଅଞ୍ଚଳର ଜଗା ସାହୁକୁ ଡକାଇଥିଲେ ।

ଭଉଣୀର ଫୋନ୍‌ ପରେ ଜଗା ପହଞ୍ଚି ଯାଇଥିଲେ ଭଉଣୀଘରେ । ଆଉ ଭଉଣି କଥା ଶୁଣି ଏକ ବାଉଁଶ ଠେଙ୍ଗାରେ ଭିଣୋଇ ସଞୟକୁ ଅମାନୁସିକ ଭାବେ ଆକ୍ରମଣ କରିଥିଲା ଜଗା। ଜଗାର ଆକ୍ରମଣରେ ଘଟଣାସ୍ଥଳରେ ଭିଣୋଇ ସଞୟର ମୃତ୍ୟୁ ହୋଇଯାଇଥିଲା। ଏନେଇ ଖବର ପାଇ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ଶଳା ଜଗାକୁ ଅଟକ ରଖିଥିବା ଜଣାପଡିଛି।

Leave A Reply

Your email address will not be published.