ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭିଜିଲାନ୍ସ ଜାଲରେ ବାଲେଶ୍ବର ଜଳସେଚନ ବିଭାଜନ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର କ୍ୟାସିୟର

ବାଲେଶ୍ବର: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବାଲେଶ୍ବର ଜିଲ୍ଲା ଜଳସେଚନ ବିଭାଜନ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର କ୍ୟାସିୟର ପ୍ରଦୀପ୍ତ ରାଉତ । ଜଣେ ଠିକାଦାରଙ୍କ ସିକ୍ୟୁରିଟି ଟଙ୍କା ଫେରାଇବା ପାଇଁ ୫ ହଜାର ଲାଞ୍ଚ ନେଉଥିବାବେଳେ ପ୍ରଦୀପ୍ତ ରାଉତଙ୍କୁ ମାଡିବସିଲା ଭିଜିଲାନ୍ସ ବିଭାଗ । ଜଳେଶ୍ବରର ଲୋକନାଥ ଜେନା ନାମକ ଜଣେ ଠିକଦା‌ରଙ୍କ ଠାରୁ ପ୍ରଦୀପ୍ତ ଲାଞ୍ଚ ନେଉଥିଲେ। ବାଲେଶ୍ବର ଭିଜିଲାନ୍ସର ସ୍ବତନ୍ତ୍ର ଟିମ୍‌ କ୍ୟାସିୟରଙ୍କୁ ଗିରଫ କରିବା ସହ ତାଙ୍କ କାର୍ଯ୍ୟାଳୟରେ ଚଢ଼ା‌ଉ କରି ବିଭିନ୍ନ କାଗଜପତ୍ର ଯାଞ୍ଚ୍‌ କରୁଥିବା ଜଣାପଡ଼ିଛି।

Leave A Reply

Your email address will not be published.