ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବଲାଙ୍ଗୀରରେ ଚାଞ୍ଚଲ୍ଯ: ଘରୁ ମିଳିଲା ଶାଶୁ-ବୋହୂଙ୍କ ଗଳାକଟା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ତୁଷୁରା ଥାନା ନୂଆପଡ଼ା ଗାଁରୁ ଚାଞ୍ଚଲ୍ଯକର ଘଟଣା ସାମ୍ନାକୁ ଆସିଛି। ଦିନ ଦ୍ବିପ୍ରହରରେ ଶାଶୁ ଓ ବୋହୂଙ୍କୁ ଗଳାକାଟି ହତ୍ୟା କରାଯାଇଛି। ଘଟଣାସ୍ଥଳରୁ ଦୁର୍ବୃତ୍ତ ଫେରାର ହୋଇଯାଇଛି। ଘର ଭିତରୁ ୨ ମହିଳାଙ୍କ ଗଳାକଟା ମୃତଦେହ ଠାବ ହୋଇଛି। ଉଭୟ ମୃତକ ସମ୍ପର୍କରେ ଶାଶୁ-ବୋହୂ ବୋଲି ଗ୍ରାମବାସୀ କହିଛନ୍ତି। କିଏ ଓ କାହିଁକି ହତ୍ୟା କରିଛି ସେ ନେଇ ସ୍ପଷ୍ଟ ଜଣା ପଡି ନାହିଁ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.