ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବଳଙ୍ଗା ଥାନା ବିସ୍ଫୋରଣ ଘଟଣା: ଏସଆଇ ନିଲମ୍ବିତ

ପୁରୀ: ପିପିଲି ବଳଙ୍ଗା ଥାନା ବିସ୍ଫୋରଣ ଘଟଣାରେ ଏସଆଇ ତଅପୋଇ ନାୟକଙ୍କୁ ବୁଧବାର ନିଲମ୍ବିତ କରାଯାଇଛି। ତଅପୋଇଙ୍କୁ ନିଲମ୍ବନ କରିଛନ୍ତି ପୁରୀ ଏସପି । କର୍ତ୍ତବ୍ୟରେ ଅବହେଳା ପାଇଁ କଲେ ନିଲମ୍ବନ । ମାଲଖାନା ଦାୟିତ୍ୱରେ ଥିଲେ ତଅପୋଇ ନାୟକ । ପ୍ରାଥମିକ ପର୍ଯ୍ଯାୟ ତଦନ୍ତ ପରେ ନିଲମ୍ୱିତ କରାଯାଇଥିବା ନେଇ ପିପିଲି ଏସଡିପିଓ ଦେବଦତ୍ତ ବରାଳ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ୨୭ ତାରିଖ ବିଳମ୍ୱିତ ରାତିରେ ଥାନାରେ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା । ଥାନାର ଛାତ ଭୁଶୁଡ଼ିବା ପରେ କାନ୍ଥ ଫାଟିଯାଇଥିଲା । ବିସ୍ଫୋରଣରେ ଥାନା ଭିତରର ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସମେତ, କମ୍ପ୍ୟୁଟର, ଟେବୁଲ, ଚେୟାର ସବୁ ନଷ୍ଟ ହୋଇଯାଇଥିଲା । ତେବେ ଏହି ବିସ୍ଫୋରଣରେ କାହାରି ପ୍ରାଣହାନୀ ଘଟି ନ ଥିଲା।

 

Leave A Reply

Your email address will not be published.