ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସବୁଜ ଜହରର ପେଣ୍ଠସ୍ଥଳ ପାଲଟିଛି ବାଳକାଟି

ବାଲିଅନ୍ତା : ସବୁଜ ଜହରର ପେଣ୍ଠସ୍ଥଳ ପାଲଟିଛି ବାଳକାଟି। ସନ୍ଧ୍ୟା ହେଲେ ବାଳକାଟି ବଜାରରେ ଥିବା କିଛି ପାନ ଦୋକାନରେ ନିଶାଡ଼ିଙ୍କ ଭିଡ଼ ଜମୁଛି। ଏଠାରେ ବ୍ୟାପକ ବଟା ଓ ଶୁଖୁଲା ଭାଙ୍ଗ (ଗଞ୍ଜେଇ) କାରବାର ଚାଲୁଥିବାବେଳେ ଏସବୁ ଆବଶ୍ୟକତାକୁ ପୂରଣ କରୁଛନ୍ତି ବଜାରରେ ଥିବା କିଛି ପାନ ଦୋକାନୀ। ତେବେ କେଉଁଠୁ ଏତେ ମାତ୍ରାରେ ଭାଙ୍ଗ ଆସୁଛି । କିଏ ଭାଙ୍ଗ ଯୋଗାଉଛି, ପୁଣି ଏହି ଭାଙ୍ଗକୁ ପାନ ଦୋକାନରେ କେମିତି ଖୁଲମଖୁଲା ବିକ୍ରି ହେଉଛି, ଏ ସମ୍ପର୍କରେ ପୁଲିସ ପାଖରେ ସୂଚନା ଅଛି କି ନାହିଁ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କେବଳ ବଜାରରେ ନୁହେଁ ମେଡିକାଲ ନିକଟ, କଲେଜ ପାଖରେ, ରଞ୍ଜେଜେମା ନଈ କୂଳରେ ଥିବା କିଛି ଦୋକାନରେ ମଧ୍ୟ ଉଭୟ ଓଦା ଓ ଶୁଖୁଲା ଭାଙ୍ଗ ବିକ୍ରି ହେଉଛି | ଧଳାଜହର ଓ ଚୋରା ମଦ ପରେ ଏବେ ସବୁଜ ଜହର ସ୍ଥାନୀୟ ଲୋକଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି।

Leave A Reply

Your email address will not be published.