bitcoin
Bitcoin (BTC) 2,353,779.32 2.37%
ethereum
Ethereum (ETH) 158,492.37 2.68%
tether
Tether (USDT) 77.90 0.04%
bnb
BNB (BNB) 24,946.31 1.97%
usd-coin
USD Coin (USDC) 77.97 0.01%
xrp
XRP (XRP) 33.05 2.34%
binance-usd
Binance USD (BUSD) 77.97 0.07%
cardano
Cardano (ADA) 42.25 2.53%
solana
Solana (SOL) 4,083.92 3.89%
dogecoin
Dogecoin (DOGE) 6.72 1.06%

ସ୍କୁଟର ପ୍ରେମୀଙ୍କ ପାଇଁ ଖୁସି ଖବର, ବଜାରକୁ ଫେରିଲା ବାପା ଅଜାଙ୍କ ସମୟର ବଜାଜ୍‌ ଚେତକ

ନୂଆଦିଲ୍ଲୀ : ସ୍କୁଟର ପ୍ରେମୀଙ୍କ ପାଇଁ ଖୁସି ଖବର। ଆମ ବାପା ଅଜାଙ୍କ ସମୟର ପ୍ରସିଦ୍ଧ ଓ ଲୋକପ୍ରିୟ ହୋଇଥିବା ବଜାଜ୍‌ ଚେତକ ସ୍କୁଟର ପୁଣିଥରେ ବଜାରକୁ ଦମ୍‌ଦାର ଏଣ୍ଟ୍ରି ମାରିଛି। କିନ୍ତୁ ଏଥର ସମ୍ପୂର୍ଣ୍ଣ ଭାବେ ନୂଆ ରୂପରେ ନୂଆ ରଙ୍ଗରେ ବଜାରକୁ ଫେରିଛି ବଜାଜ ଇଲେକ୍ଟ୍ରିକ ଚେତକ ସ୍କୁଟର। କ୍ରମାଗତ ଭାବେ ପେଟ୍ରୋଲ ଓ ଡିଜେଲର ଦର ବଢ଼ୁଥିବାରୁ ଗ୍ରାହକମାନେ ଏବେ ବୈଦ୍ୟୁତିକ ଯାନ ମୁହାଁ ହେଲେଣି। ସେମାନଙ୍କ ଆବଶ୍ୟକତାକୁ ଆଖି ଆଗରେ ରଖି ପ୍ରତ୍ୟେକ ଅଟୋ କମ୍ପାନୀ ଏବେ ବୈଦ୍ୟୁତିକ ଯାନ ନିର୍ମାଣ କରୁଛନ୍ତି। ଏଥିରେ ବଜାଜ୍‌ କମ୍ପାନୀ ମଧ୍ୟ ପଛରେ ପଡ଼ିନାହିଁ। ଏହି କ୍ରମରେ ବଜାଜ୍‌ ତାର ଚେତକ ସ୍କୁଟରର ନୂଆ ବୈଦ୍ୟୁତିକ ମଡେଲକୁ ଗ୍ରାହକଙ୍କ ପାଇଁ ବଜାରକୁ ଆଣିଛି।

ଚେତକ୍‌ ଇଲେକ୍ଟ୍ରୋନିକ ସ୍କୁଟରର ମୂଲ୍ୟ ୧ଲକ୍ଷ ୧୫ ହଜାର ଟଙ୍କା ରିହିଛି। ଏହାକୁ ଡାଉନ୍‌ ପେମେଣ୍ଟ ଦେଇ କିଣାଯାଇପାରିବ ଏବଂ ବାକି ଟଙ୍କା ଇଏମଆଇ ମାଧ୍ୟମରେ ଦେଇପାରିବେ। କିନ୍ତୁ ଆପଣଙ୍କ ପାଖରେ କମ୍‌ ଟଙ୍କା ଥିଲେ ମଧ୍ୟ ଚିନ୍ତା କରନ୍ତୁ ନାହିଁ କାରଣ ଆପଣ ଏହାକୁ ମାତ୍ର ୧୨ ହଜାର ଟଙ୍କା ଦେଇ ମଧ୍ୟ କିଣିପାରିବେ। ଏହି ସ୍କୁଟରକୁ କିଣିବା ପାଇଁ ଅନେକ ବ୍ୟାଙ୍କ ଫାଇନାନ୍ସ ସୁବିଧା ଉପଲବ୍ଧ କରାଉଛନ୍ତି। ବଜାଜ କମ୍ପାନୀ ଫାଇନାନ୍ସ ସୁବିଧାର ଅଫର ଦେଉଛି। ଏହି ସ୍କୁଟରକୁ କିଣିବା ପାଇଁ ଆପଣଙ୍କୁ କେବଳ ୧୨ ହଜାର ଟଙ୍କା ଡାଉନ୍‌ ପେମେଣ୍ଟ ଦେବାକୁ ପଡ଼ିବ ଓ ବାକି ଟଙ୍କା ଆପଣଙ୍କୁ ଋଣରେ ମିଳିଯିବ। ଏହି ଋଣକୁ ଆପଣ ପ୍ରତ୍ୟେକ ମାସ ୩ ହଜାର ୬୯୪ ଟଙ୍କା ଦେଇ ସୁଝିପାରିବେ। ଏହି ଋଣ ସମ୍ପୂର୍ଣ୍ଣ ତିନି ବର୍ଷର ସମୟସୀମା ମଧ୍ୟରେ ରହିବ ଓ ଏଥିରେ ବ୍ୟାଙ୍କ ଆପଣଙ୍କଠାରୁ ବାର୍ଷିକ ୯.୭ ପ୍ରତିଶତ ସୁଧ ହାରରେ ସୁଧ ନେବ।

Leave a comment