ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିପଦ ସଙ୍କେତ ଟପିଲା ବୈତରଣୀ, ମୋଟ ୨୮ଟି ଗେଟ ଦେଇ ହୀରାକୁଦରୁ ବନ୍ୟାଜଳ ନିଷ୍କାସିତ

ସମ୍ବଲପୁର: ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ପୁଣି ବଢ଼ିଲା ହୀରାକୁଦର ଜଳସ୍ତର । ହୀରାକୁଦରେ ଜଳସ୍ତର ବଢୁଥିବାରୁ ସ୍ଥିତି ନିୟନ୍ତ୍ରଣ ପାଇଁ ଆଉ ୪ଟି ଗେଟ୍ ଖୋଲିଛି । ଆଉ ୪ଟି ଗେଟ୍ ଖୋଲାଯାଇଛି । ଫଳରେ ବର୍ତ୍ତମାନ ହୀରାକୁଦରୁ ୨୮ଟି ଗେଟି ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ବାମ ପଟେ ୨୦ ଓ ଡାହାଣ ପଟେ ୮ଟି ଗେଟ୍ ଖୋଲା ହୋଇଥିବା ନେଇ ସୂଚନା ମିଳିଛି । ଅନ୍ୟପଟେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବୈତରଣୀର ଜଳସ୍ତର । ଲଗାଣ ବର୍ଷା ଛାଡିଛି, ହେଲେ ଏଵେ ଵି ବୈତରଣୀ ଓ ସାଳନ୍ଦୀ ନଦୀ ଫୁଲିବାରେ ଲାଗିଛି । ଆଖୁଆପଦା ଆନିକଟ ଠାରେ ବିପଦ ସଂକେତ 17.83 ମିଟର ରହିଥିବା ବେଳେ ଦିନ 12 ଟା ସୁଦ୍ଧା 17.88 ମିଟର ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି । ସେହିପରି ସାଳନ୍ଦୀ ନଦୀରେ ମଧ୍ୟ ଜଳସ୍ତର ବଢିବାରେ ଲାଗିଛି । ବୈତରଣୀ ଓ ସାଳନ୍ଦୀ ନଦୀର ଶାଖା ନଦୀ ରେବ, କପାଳୀ, ଗେଙ୍ଗୁଟି, କୋଚିଳା, ଯଅ ନଦୀର ଜଳସ୍ତର ବଢିଛି। ସମସ୍ତ ନାଳ, ଖାଲ ପୋଖରୀ, ଗାଢିଆ ଓ ଚାଷ ଜମିରେ ଏବେ ପାଣି।

ଯଦି ଆଜିଠାରୁ ଆରମ୍ଭ ହେଉଥିବା ଲଘୁଚାପର ପ୍ରଭାବ ରୁହେ, ଵର୍ଷାର ମାତ୍ରା ବଢେ ତେବେ ନିଶ୍ଚିତ ବନ୍ୟା ପରିସ୍ଥିତି ଦେଖାଦେବ। ଭଦ୍ରକ ଜିଲ୍ଲାର ୭ଟି ବ୍ଲକ ମଧ୍ୟରୁ ଚାନ୍ଦବାଲି, ତିହିଡି, ଧାମନଗର, ଭଣ୍ଡାରିପୋଖରୀ ବ୍ଲକ ର ତଳିଆ ଅଞ୍ଚଳ ପ୍ରଭାବିତ ହେବ। ସେହିପରି ଭଦ୍ରକ ବ୍ଲକ ଓ ଵନ୍ତ ଵ୍ଲକର ମଧ୍ୟ ଏହାର ଆଂଶିକ ପ୍ରଭାବ ରହିବ। ଚାଷ ଜମିରେ ବର୍ଷା ଜଳ ଜମି ରହିଥିବାରୁ, ଧାନ ତଳି ନଷ୍ଟ ହେବା ଆଶଙ୍କାରେ ଚାଷୀ କୂଳ ।

Leave A Reply

Your email address will not be published.