ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କାଲି ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା: ଦିନ ୧୨ଟାରୁ ଆରମ୍ଭ ହେବ ଚତୁର୍ଦ୍ଧାମୂର୍ତ୍ତିଙ୍କ ବାହୁଡ଼ା ପହଣ୍ଡି, ଅପରାହ୍ନ ୪ଟାରୁ ରଥ ଟଣା ନେଇ ନୀତି ନିର୍ଘଣ୍ଟ

ପୁରୀ: ନଅ ଦିନର ଲୀଳାଖେଳା ସାରି ବାହୁଡ଼ିବେ ମହାବାହୁ । ଆଜି ନୀତି ଅନୁସାରେ ସନ୍ଧ୍ୟା ଦର୍ଶନ ଚାଲିଛି । କରୋନା କଟକଣା ପାଇଁ ଭକ୍ତ ଦର୍ଶନରୁ ବଞ୍ଚିତ ହୋଇଛନ୍ତି । ମଙ୍ଗଳବାର ହରିଶୟନ ଏକାଦଶୀରେ ଅନୁଷ୍ଠିତ ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା । ଏଥିପାଇଁ ନୀତି ନିର୍ଘଣ୍ଟ କରାଯାଇଛି ।

-ମଙ୍ଗଳ ଆଳତି- ପ୍ରାତଃ ୪ଟା

-ମଇଲମ ୪ଟା ୧୫

-ତଡ଼ପଲାଗି ୪ଟା ୩୦

-ଅବକାଶ ୫ଟା

-ସୂର୍ଯ୍ଯପୂଜା ସକାଳ ୫ଟା ୧୫

-ଦ୍ୱାରପାଳ ପୂଜା ୫ଟା ୩୦

-ବେଶ ଶେଷ ୫ଟା ୩୦ ସୁଦ୍ଧା ସରିବ ।

ଗୋପାଳ ବଲ୍ଲଭ ଓ ସକାଳ ଧୂପ (ଖେଚୁଡ଼ି ଭୋଗ) ୫ଟା ୪୫ରୁ ୬ଟା ୪୫ ମଧ୍ୟରେ ହେବ । ସେନାପଟା ଲାଗି ୭ଟାରୁ ୧୧ଟା ୩୦ ମଧ୍ୟରେ ହେବାକୁ ଥିବାବେଳେ ମଙ୍ଗଳାର୍ପଣ ଦିନ ୧୧ଟା ୪୫, ବାହୁଡ଼ା ପହଣ୍ଡି ଦିନ ୧୨ଟାରୁ ୨ଟା ୩୦ ମଧ୍ୟରେ ହେବାକୁ ନୀତି ନିର୍ଘଣ୍ଟ ହୋଇଛି । ସେହିଭଳି ବେଶ ଶେଷ ୧ଟାରୁ ୨ଟା ୩୦ ମଧ୍ୟରେ, ଛେରା ପହଁରା ୨ଟା ୩୦ରୁ ୩ଟା ୩୦ ମଧ୍ୟରେ ହେବ ।

ଚାରମାଳ ଫିଟା ଓ ଘୋଡ଼ା ଲାଗିବା ୩ଟାରୁ ୪ଟା ମଧ୍ୟରେ ସରିବା ପରେ ଅପରାହ୍ଣ ୪ଟାରୁ ରଥଟଣା ଆରମ୍ଭ ହେବ । ରଥଟଣା ସରିବା ପରେ ଅନ୍ୟାନ୍ୟ. ନୀତିକାନ୍ତି କରାଯିବ। ବୁଧବାର, ଦ୍ୱାଦଶୀ, ବଡ଼ ତଡ଼ାଉ ବେଶ ବା ସୁନାବେଶ ଅନୁଷ୍ଠିତ ହେବ । ପ୍ରାତଃ ୬ଟାରୁ ୬ଟା ୩୦ ମଧ୍ୟରେ ୩ ରଥରେ ମଙ୍ଗଳ ଆଳତି ସମ୍ପନ୍ନ ହେବ । ମଇଲମ-ତଡ଼ପଲାଗି ସକାଳ ୭ଟା, ଅବକାଶ ୮ଟା ଓ ବେଶଶେଷ ୯ଟା ସୁଦ୍ଧା ସରିବ ।

Leave A Reply

Your email address will not be published.