ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମେଡିକାଲ ପରିସର ଡ୍ରେନରୁ ଉଦ୍ଧାର ହେଲା ଶିଶୁକନ୍ୟା

କେନ୍ଦୁଝର: ପୁଣି ଅଲୋଡା ହେଲା ଶିଶୁକନ୍ଯା । କେନ୍ଦୁଝର ଜିଲ୍ଲା ମେଡିକାଲ ପରିସର ଆହାର କେନ୍ଦ୍ର ନିକଟ ଡ୍ରେନରୁ ଏକ ଶିଶୁକନ୍ୟା ଉଦ୍ଧାର ହୋଇଛି। ଉଦ୍ଧାର ଶିଶୁ କନ୍ୟାକୁ ଡାକ୍ତରଖାନାର ଏସ.ଏନ.ସି.ୟୁରେ ଭର୍ତି କରାଯାଇଥିବା ଜଣା ପଡ଼ିଛି । ରବିବାର ମହିଳା ଶିଶୁ ବିଭାଗକୁ ଆସିଥିବା ଜଣେ ରୋଗୀଙ୍କ ସମ୍ପର୍କୀୟ ଆହାର କେନ୍ଦ୍ର ନିକଟ ଡ୍ରେନକୁ ପରିସ୍ରା କରିବାକୁ ଯାଇଥିଲେ। ଏହି ସମୟରେ ଶିଶୁର କାନ୍ଦ ଶୁଣି ଡାକ୍ତରଖାନା କର୍ମଚାରୀଙ୍କୁ ସୁଚନା ଦେଇଥିଲେ। ପରେ ସମସ୍ତେ ମିଶି ଶିଶୁଟିକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

Leave A Reply

Your email address will not be published.