ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପ୍ରକୃତି-ବାବୁସାନ-ତୃପ୍ତିଙ୍କ ସମ୍ପର୍କ କନ୍ଦଳ: ଇନଷ୍ଟାଗ୍ରାମରେ ମୁହଁ ଖୋଲିଲେ ପ୍ରକୃତି ମିଶ୍ର, କହିଲେ କିଭଳି ସମାଜରେ ରହୁଛେ ଭାବିଲା ବେଳକୁ ଆଶ୍ଚର୍ଯ୍ଯ ଲାଗୁଛି….

ଭୁବନେଶ୍ବର: ଷ୍ଟାର କପଲ୍‌ ହାଇଡ୍ରାମାକୁ ନେଇ ଏବେ ସାରାରାଜ୍ୟରେ ଚର୍ଚ୍ଚା ଆଲୋଚନା । ସେଲିବ୍ରେଟିଙ୍କ ବିବାଦ ଭିତରେ ମୁଁହ ଖୋଲିଛନ୍ତି ପ୍ରକୃତି ମିଶ୍ର । ଗତ କାଲିର ଘଟଣାକୁ ନେଇ ନିଜ ଇନ୍‌ଷ୍ଟାଗ୍ରାମରେ ପ୍ରତିକ୍ରିୟା ରଖିଛନ୍ତି ପ୍ରକୃତି ମିଶ୍ର । କେହି କାହା ଘର ଭାଙ୍ଗନ୍ତି ନାହିଁ ବୋଲି କହିଛନ୍ତି ପ୍ରକୃତି। ସେ କାହାରି ପରିବାରକୁ ଆଘାତ ଦେଇନାହାନ୍ତି । ଗତକାଲି ରାସ୍ତାରେ ତାଙ୍କ ପ୍ରତି ଘଟିଥିବା ଗୁଣ୍ଡାଗର୍ଦ୍ଦି ଠିକ ନୁହଁ । ଏହା ଆଇନ ସଙ୍ଗତ ନୁହଁ ବୋଲି ପ୍ରକୃତି କହିଛନ୍ତି।

ମୋ ପ୍ରତି ଯାହା ହେଲା ତାହା ଠିକ ନୁହଁ। କୌଣସି ଝିଅ ପ୍ରତି ଏଭଳି ହେବା ଲଜ୍ଜ ଜନକ । ମୁଁ ସାହାଯ୍ଯ ମାଗୁଥିଲି କିନ୍ତୁ ଲୋକେ ସେଲଫି ଉଠାଉଥିଲେ। ଅପମାନିତ ହେବା ସତ୍ବେ ମୁଁ ଭାଙ୍ଗିପଡିନି ବୋଲି କହିଛନ୍ତି ପ୍ରକୃତି। ଆମେ କିଭଳି ସମାଜରେ ରହୁଛେ ଭାବିଲା ବେଳକୁ ଆଶ୍ଚର୍ଯ୍ଯ ଲାଗୁଛି। ଘରଭଙ୍ଗା ବୋଲି ମୋତେ କହୁଛନ୍ତି । ହେଲେ କେହି କାହାଘର ଭାଙ୍ଗିପାରିବେନି । ଏହା ପୂର୍ବରୁ ଭାଙ୍ଗିଯାଇଛି । ଯଦି ବାବୁସାନଙ୍କ କାମ କରିବା ଭଲ ଲାଗୁନି ତେବେ ବେକରେ ଗୋଟେ ଶିକୁଳି ଦେଇଦିଅ ଘରେ ରଖିଦିଅ । ବାହାରକୁ କାଇଁ ଛାଡୁଛ ।

ଅନ୍ୟ ଝିଅକୁ ଟଣା ଓଟରା କରି ଅପମାନିତ କରିବାର କଣ ଲାଭ ମିଳିଲା । ମୁଁ କେବେ ଭାଙ୍ଗିପଡିବିନି, ଆଗକୁ ବଢି ଚାଲିଯିବି । ଏକୁଟିଆ ଝିଅ ସମସ୍ତଙ୍କ ସହ ଲଢିକି ଆସିଛି। ମୁଁ ଆଇନର ଦ୍ୱାରସ୍ଥ ହୋଇଛି । ମୋତେ ସର୍ବସାଧାରଣରେ ଆକ୍ରମଣ କରିଥିବାରୁ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ହେବ । ମୋତେ ରିଲ୍ ଲାଇଫ ହିରୋଇନରୁ ରିଅଲ ଲାଇଫ ହିରୋଇନ ବନାଇ ଦେଲେ । ଯେତେ ଭାଙ୍ଗିକି ପକେଇଲେ ବି ମୁଁ ଯୋଡି ହେଇ ଆଗକୁ ଯିବି । କେହି ମୋତେ ରୋକିପାରିବେ ନାହିଁ । ଜୟ ଜଗନ୍ନାଥ । ”

ଏହା ପୂର୍ବରୁ ମଧ୍ଯ ବାବୁସାନଙ୍କ ଅପରାଜିତା ମହାନ୍ତି ପ୍ରତିକ୍ରିୟା ରଖିଥିଲେ। ବାବୁସାନ ଅବାଟକୁ ଚାଲିଯାଇଛି। କୋଭିଡ୍ ସମୟରେ ଖରାପ ସଙ୍ଗତରେ ପଡ଼ି ବାବୁସାନର ସର୍ବନାଶ ହୋଇଛି। ବାବୁସାନଙ୍କୁ ଆଶୀର୍ବାଦ କରନ୍ତୁ, ଯେମିତି ସେ ଘରକୁ ଫେରି ଆସିବ ଏବଂ ତା ସ୍ତ୍ରୀ-ଛୁଆ, ମା-ବାପାଙ୍କ ସହ ଭଲରେ ରହିବ ବୋଲି ଗଣମାଧ୍ୟମ ଜରିଆରେ କୋହଭରା କଣ୍ଠରେ ରାଜ୍ୟବାସୀଙ୍କୁ ଅନୁରୋଧ କରିଥିଲେ ବାବୁସାନଙ୍କ ମା’ ତଥା ଅଭିନେତ୍ରୀ ଅପରାଜିତା ମହାନ୍ତି।

ସୂଚନାଥାଉକି ,ଗତକାଲି ସକାଳେ ବାବୁସାନ ମହାନ୍ତିଙ୍କ ଘରୋଇ କଳି ଦାଣ୍ଡରେ ପଡି ହାଟରେ ଗଡ଼ିଥିଲା । ବାବୁସାନଙ୍କ ପତ୍ନୀ ତୃପ୍ତି ବାବୁସାନ ଏବଂ ତାଙ୍କ କଥିତ ବାନ୍ଧବୀ ପ୍ରକୃତି ମିଶ୍ରଙ୍କୁ ଏକାସାଙ୍ଗରେ ଗାଡିରେ ଯାଉଥିବା ବେଳେ ଅଟକାଇଥିଲେ । ପ୍ରକୃତିଙ୍କ ଉପରକୁ ସର୍ବ ସାଧାରଣରେ ଆକ୍ରମଣ ମଧ୍ୟ କରିଥିଲେ । ଏହି ସମୟର ଏକ ଭିଡିଓ ଭାଇରାଲ୍ ହୋଇଥିଲା । ଯେଉଁଥିରେ ବାବୁସାନ ଓ ପ୍ରକୃତିଙ୍କୁ ସ୍ତ୍ରୀ ତୃପ୍ତି ଟଣା ଓଟରା କରିବା ସହ ମାଡ଼ ମାରିଥିଲେ । ଏମିତିକି କହିଥିଲେ ପ୍ରକୃତି ତାଙ୍କ ଘର ଭାଙ୍ଗି ଦେଇଛି ବୋଲି । ଏହାପରେ ପ୍ରକୃତିଙ୍କ ବାପା ମା ଖାରବେଳ ନଗର ଥାନାରେ ତୃପ୍ତିଙ୍କ ବିରୋଧରେ ଅଭିଯୋଗ କରିଥିଲେ । ସେହିପରି ତୃପ୍ତି ମଧ୍ୟ ପ୍ରକୃତିଙ୍କ ବିରୋଧରେ ପାଲଟା ଅଭିଯୋଗ କରିଥିଲେ । ବର୍ତ୍ତମାନ ପ୍ରକୃତି ଏବଂ ବାବୁସାନ ଚେନ୍ନାଇରେ ଅଛନ୍ତି । ଉତ୍କଳ ଦିବସ ସମାରୋହରେ ଯୋଗଦେଇ ଅପକମିଙ୍ଗ ଫିଲ୍ମ ପ୍ରେମମର ପ୍ରୋମସନ ପାଇଁ ଯାଇଛନ୍ତି ।

Leave A Reply

Your email address will not be published.