ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସୁପ୍ରିମକୋର୍ଟଙ୍କ ଶରଣରେ ବାବା ରାମଦେବ

ନୂଆଦିଲ୍ଲୀ : ଏଲୋପାଥ୍ ବିରୋଧରେ ଦେଇଥିବା ମନ୍ତବ୍ୟ ଯୋଗୁଁ ବାବା ରାମଦେବଙ୍କ ବିରୋଧରେ ଦେଶର କିଛି ରାଜ୍ୟରେ ମାମଲା ରୁଜୁ ହୋଇଛି । ଏଥିରୁ ଉଦ୍ଧାର ପାଇବା ପାଇଁ ଯୋଗଗୁରୁ ଏବେ ସୁପ୍ରିମକୋର୍ଟଙ୍କ ଶରଣରେ ପଶିଛନ୍ତି । ସେ ପିଟିସନ ଦାଖଲ କରି ବିହାର ଏବଂ ଝାଡ଼ଖଣ୍ଡରେ ରୁଜୁ ମାମଲା ଉପରେ ରୋକ ଲଗାଇବାକୁ ଏବଂ ଏହାକୁ ଦିଲ୍ଲୀ ସ୍ଥାନାନ୍ତର କରିବାକୁ ନିବେଦନ କରିଛନ୍ତି । ସୂଚନାଯୋଗ୍ୟ ଯେ କରୋନା କାଳରେ ଏଲୋପାଥି ବିରୋଧରେ ରାମଦେବ ଦେଇଥିବା ମନ୍ତବ୍ୟକୁ ଇଣ୍ଡିଆନ ମେଡିକାଲ ଆସୋସିଏସନ(ଆଇଏମଏ) ବିରୋଧ କରିଥିଲା। ଏହାକୁ ନେଇ ଅନେକ ସ୍ଥାନରେ ଡାକ୍ତର ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହା ସହିତ କିଛି ରାଜ୍ୟରେ ମାମଲା ମଧ୍ୟ ରୁଜୁ କରାଯାଇଥିଲା।

Leave A Reply

Your email address will not be published.