ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବାବା ରାମଦେବଙ୍କ ‘ମହିଳା କିଛି ନ ପିନ୍ଧିଲେ ବି ଅଧିକ ସୁନ୍ଦର ଦିଶନ୍ତି’ ବୟାନକୁ ନେଇ ବଢୁଛି ବିବାଦ… କ୍ଷମା ମାଗିବାକୁ ଉଠିଲା ଦାବି

ନୂଆଦିଲ୍ଲୀ : ପୁଣିଥରେ ବିବାଦ ଘେରରେ ଯୋଗଗୁରୁ ବାବା ରାମଦେବ। ମହିଳାଙ୍କୁ ନେଇ ବିବାଦୀୟ ଟିପ୍ପଣୀ ଦେଇଛନ୍ତି ଯୋଗଗୁରୁ । ମହିଳାଙ୍କ ବେଶଭୁସା ଉପରେ କଟୁ ମନ୍ତବ୍ୟ ଦେଇଛନ୍ତି । ମହିଳାମାନେ ବିନା କପଡ଼ାରେ ସୁନ୍ଦର ଦେଖାଯାନ୍ତି ବୋଲି ରାମଦେବ ବାବା କହିଛନ୍ତି। ଯାହାକୁ ନେଇ ବିଭିନ୍ନ ମହଲରେ ବିରୋଧ କରାଯାଇଛି।

ମୁମ୍ବାଇରେ ଏକ ଯୋଗ ପ୍ରଶିକ୍ଷଣ ଶିବିରକୁ ସମ୍ବୋଧିତ କରି ଏଭଳି ଟିପ୍ପଣୀ ଦେଇଛନ୍ତି।ବିଶେଷକରି ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍‌ଙ୍କ ପତ୍ନୀ ଅମ୍ରିତା ଏବଂ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ପୁଅ ତଥା ସାଂସଦ ଶ୍ରୀକାନ୍ତ ସିନ୍ଦେଙ୍କ ଉପସ୍ଥିତିରେ ରାମଦେବ ଏଭଳି କହିବାକୁ ନେଇ ଅନେକ ଲୋକ ପ୍ରଶ୍ନ ଉଠାଇଛନ୍ତି।

ବର୍ତ୍ତମାନ ରାମଦେବଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷା ସ୍ବାତୀ ମାଲିୱାଲ ମଧ୍ୟ ଏହି ବିବୃତ୍ତିକୁ ନିନ୍ଦା କରିଛନ୍ତି। ଏହି ଭିଡିଓକୁ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରି ସେ କହିଛନ୍ତି ଯେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀଙ୍କ ପତ୍ନୀଙ୍କ ସାମ୍ନାରେ ସ୍ୱାମୀ ରାମଦେବଙ୍କ ମନ୍ତବ୍ୟ ଅଶ୍ଳୀଳ ଏବଂ ନିନ୍ଦନୀୟ। ଏହି ବିବୃତ୍ତିରେ ସମସ୍ତ ମହିଳାଙ୍କ କଷ୍ଟ ଦେଇଛି। ବାବା ରାମଦେବ ଏଥି ପାଇଁ ଦେଶବାସୀଙ୍କୁ କ୍ଷମା ମାଗିବା ଉଚିତ୍।


ମିଳିଥିବା ଖବର ଅନୁସାରେ ଥାନେ ଠାରେ ଆୟୋଜିତ ଏକ ଯୋଗ କାର୍ଯ୍ୟକ୍ରମରେ ରାମଦେବ ଯୋଗଦେଇଥିଲେ। ସେଠାରେ ସେ ସଭାକୁ ସମ୍ବୋଧିତ କରିବା ବେଳେ ମହିଳାମାନେ ଶାଢି ଏବଂ ସାଲୱର ସୁଟ୍‌ରେ ସୁନ୍ଦର ଦେଖାଯାଆନ୍ତି ବୋଲି କହିଥିଲେ। ଏହାପରେ ସେ ଯେଉଁ ମନ୍ତବ୍ୟ ଦେଇଥିଲେ ତାହା ହିଁ ବିବାଦର କାରଣ ପାଲଟିଛି। ‘ମହିଳାମାନେ କିଛି ବି ନ ପିନ୍ଧିଲେ ମୋ ଆଖିରେ ଆହୁରି ସୁନ୍ଦର ଦେଖାଯାଆନ୍ତି’ ବୋଲି ରାମଦେବ କହିଥିଲେ।

ପତାଞ୍ଜଳୀ ଯୋଗପୀଠ ଓ ମୁମ୍ବାଇ ମହିଳା ପତାଞ୍ଜଳୀ ସମିତି ଦ୍ବାରା ଆୟୋଜିତ ଯୋଗ ବିଜ୍ଞାନ ଶିବିରରେ ଏଭଳି ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଯୋଗ ଶିବିରରେ ମହିଳାମାନଙ୍କୁ ବସ୍ତ୍ର ପରିବର୍ତ୍ତନ ପାଇଁ କୁହାଯାଇଥିଲା । ହେଲେ ବସ୍ତ୍ର ପରିବର୍ତ୍ତନ କରିବାକୁ ସ୍ବତନ୍ତ୍ର ଗୃହ ନଥିବାରୁ ସମାନ ପୋଷାକ ପିନ୍ଧି ମହିଳାମାନେ ଯୋଗ ଶିକ୍ଷା ନେଇଥିଲେ । ଏହାକୁ ଦେଖି ମହିଳା ବିନା କପଡ଼ାରେ ସୁନ୍ଦର ଦେଖାଯାଆନ୍ତି ବୋଲି ରାମଦେବ ବାବା କହିଥିଲେ । ଯୋଗଗୁରୁଙ୍କ ଏଭଳି ଟିପ୍ପଣୀକୁ ଘୋର ବିରୋଧ କରିଛନ୍ତି ସାମାଜିକ କର୍ମୀ ।ତେବେ ରାମଦେବ ବାବାଙ୍କ ଏହି ଯୋଗ ଶିବିରରେ ସାମିଲ ହୋଇଥିଲେ, ବାଲାସାହେବ ଶିବସେନାର ବହୁ ବରିଷ୍ଠ ନେତା । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ ପୁଅ ଓ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କ ପତ୍ନୀ ଅମୃତା ଫଡନବିସ ଉପସ୍ଥିତ ଥିଲେ ।

ଉଳ୍ଲେଖଯୋଗ୍ୟ ମହିଳାଙ୍କ ପ୍ରତି ଭିନ୍ନ ଭିନ୍ନ ମନ୍ତବ୍ୟ ନେଇ ବିଗତ କିଛି ଦିନ ହେଲା ମହାରାଷ୍ଟ୍ର ରାଜନୀତିରେ ବିବାଦ ଲାଗି ରହିଛି। ନିକଟରେ ଏନସିପି ନେତ୍ରୀ ସୁପ୍ରିୟା ସୁଲେଙ୍କ ଉଦ୍ଦେଶ୍ୟରେ ସିନ୍ଦେ ଗୋଷ୍ଠୀର ନେତା ଅବଦୁଲ ସତାର ଯେଉଁ ଟିପ୍ପଣୀ ଦେଇଥିଲେ ତାହାକୁ ନେଇ ବିବାଦ ଥମି ନଥିବା ବେଳେ ଏବେ ବାବା ରାମଦେବଙ୍କ ମନ୍ତବ୍ୟକୁ ନେଇ ପୁଣି ଏକ ବିବାଦ ସୃଷ୍ଟି କରିଛି।

Leave A Reply

Your email address will not be published.