ଅମାନିଆ ବରଯାତ୍ରୀଙ୍କୁ ବେଙ୍ଗଡିଆଁ ଶାସନ

ଭିଣ୍ଡ : ମଧ୍ୟପ୍ରଦେଶ ଭିଣ୍ଡ ଜିଲ୍ଲାରେ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବା ଅତିଥିଙ୍କୁ ପୁଲିସ ଏଭଳି ଦଣ୍ଡ ଦେଇଛି ଯାହାକୁ ସେମାନେ କେବେ ବି ଭୁଲିପାରିବେ ନାହିଁ । ଲକଡାଉନ ମଧ୍ୟର ଆୟୋଜିତ ଉତ୍ସବରେ ଯୋଗ ଦେଇ ଫେରୁଥିବା ଅତିଥିଙ୍କୁ ରାସ୍ତା ମଝିରେ ପୁଲିସ ବେଙ୍ଗ ଡିଆଁ ନଚାଇଛି ଏବଂ ଏହାର ଭିଡିଓ ମଧ୍ୟ ସୁଟ କରିଛି । ଏବେ ରାସ୍ତା ମଝିରେ ବେଙ୍ଗ ପରି ଡେଉଁଥିବା ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଜିଲ୍ଲାର ଉମାରୀ ଗ୍ରାମରେ ବୁଧବାର ଏହି ଘଟଣା ଘଟିଥିଲା । ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ପ୍ରାୟ ୩୫ଲୋକ ଘରକୁ ଫେରୁଥିଲେ।

ସମୟରେ ସେମାନେ ଫରୁଥିବା ଟ୍ରାକ୍ଟର ଟ୍ରଲି ଉପରେ ପୁଲିସର ନଜର ପଡିଥିଲା। ସେମାନଙ୍କ ମଧ୍ୟରୁ କେହି ମାସ୍କ ପିନ୍ଧିନଥିଲେ କି ସାମାଜିକ ଦୂରତ୍ବ ପାଳନ କରୁନଥିଲେ। ଏହା ଦେଖୁ ଡିଏସପି ମୋତିଲାଲ କୁଣ୍ତାହା ସମସ୍ତଙ୍କୁ ଟ୍ରାକ୍ଟରରୁ ଓହ୍ଲାଇବାକୁ କହିଥିଲେ ଏବଂ ବେଙ୍ଗ ତିଆଁ ନଚାଇଥିଲେ। ଏହି ଅତିଥିମାନଙ୍କ ମଧ୍ୟରେ ଶିଶୁ ଯୁବକ ଏବଂ ବୃଦ୍ଧ ସାମିଲ ଥିଲେ ।

Leave a comment