ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନୀତି ଆୟୋଗର ନୂଆ ସିଇଓ ହେଲେ ବିଭିଆର୍ ଶୁବ୍ରମଣ୍ୟମ

ନୂଆଦିଲ୍ଲୀ: ପୂର୍ବତନ ଆଇଏଏସ୍ ଅଧିକାରୀ ବିଭିଆର୍ ଶୁବ୍ରମଣ୍ୟମଙ୍କୁ ନୀତି ଆୟୋଗର ମୁଖ୍ୟ କାର୍ଯ୍ଯକାରୀ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି । ବର୍ତ୍ତମାନର ସିଇଓ ପରମେଶ୍ୱରନ ଆୟରଙ୍କ ସ୍ଥାନ ନେବେ ଶୁବ୍ରମଣ୍ୟମ । ସେହିପରି ଶୁବ୍ରମଣ୍ୟମଙ୍କୁ ବିଶ୍ୱ ବ୍ୟାଙ୍କର କାର୍ଯ୍ଯକାରୀ ନିର୍ଦ୍ଦେଶକ ଭାବେ ମନୋନୀତ କରାଯାଇଛି । ବିଶ୍ୱବ୍ୟାଙ୍କରେ ତାଙ୍କର କାର୍ଯ୍ଯକାଳ ୩ବର୍ଷ ରହିବ। ୧୯୮୮ ବ୍ୟାଚ୍ ଆଇଏଏସ୍ ଅଧିକାରୀ ବିଭିଆର୍ ଶୁବ୍ରମଣ୍ୟମ କେନ୍ଦ୍ର ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଦାୟିତ୍ୱ ତୁଲାଇ ସାରିଛନ୍ତି ।

ବିଭିଆର୍ ସୁବ୍ରମଣ୍ୟମ ମନମୋହନ ସିଂଙ୍କ ସରକାରରେ ପିଏମଓରେ ଜଏଣ୍ଟ ସେକ୍ରେଟାରୀ ମଧ୍ୟ ରହି ସାରିଛନ୍ତି । କେନ୍ଦ୍ର କ୍ୟାବିନେଟର ନିଯୁକ୍ତି କମିଟି ଶୁବ୍ରମଣ୍ୟମଙ୍କ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି । କାର୍ୟ୍ୟଭାର ଗ୍ରହଣ କରିବାଠୁ ଦୁଇ ବର୍ଷ ପର୍ଯ୍ଯନ୍ତ ତାଙ୍କର କାର୍ଯ୍ଯକାଳ ରହିବ ।

ସୂଚନାଥାଉକି ପରମେଶ୍ୱରନ ଆୟର ୨୦୨୨ ଜୁଲାଇରେ ନିତି ଆୟୋଗର ସିଇଓ ଭାବେ କାର୍ଯ୍ଯଭାର ଗ୍ରହଣ କରିବା ପରେ ସ୍ୱଚ୍ଛ ଭାରତ ମିଶନ ଆଧାରରେ ୨୦ ମିଲିୟନ ଡଲାରର କାର୍ଯ୍ଯକାରୀ କରିଥିଲେ । ଆୟର ଏବେ ବିଶ୍ୱବ୍ୟାଙ୍କର ଏଗଜିକ୍ୟୁଟିଭ ଡାଇରେକ୍ଟର କାର୍ଯ୍ଯଭାର ସମ୍ଭାଳିବେ । ରାଜେଶ କୁଲାରଙ୍କ ସ୍ଥାନରେ ତାଙ୍କୁ ନିଯୁକ୍ତି ମିଳିଛି । ରାଜେଶଙ୍କୁ ଏବେ ତାଙ୍କ କ୍ୟାଡର ରାଜ୍ୟ ହରିୟାଣାକୁ ପ୍ରତ୍ୟାବର୍ତ୍ତନ କରାଯାଇଛି ।

Leave A Reply

Your email address will not be published.